କୋଟିଆ ପରେ ମାଛକୁଣ୍ଡକୁ ବିକି ଦେଲେ କି ସରକାର ?
by Argus News
Sat, Apr 06 | 7:06 p.m.

ଅର୍ଗସ ବ୍ୟୁରୋ: କୋଟିଆକୁ ନେଇ ଯାହା ବିବାଦୀୟ ହୋଇଥିଲେ ରାଜ୍ୟ ସରକାର, ଏବେ ମାଛକୁଣ୍ଡକୁ ନେଇ ସେତିକି ବିବାଦୀୟ ହେଲେଣି । କାରଣ ଦଶମ ଶ୍ରେଣୀର ବହିରୁ ଯେଉଁ ତଥ୍ୟ ମିଳିଛି ତାହା ଉଡେଇଦେଇଛି ହୋସ୍‌ । ଗ୍ରାଫିକ୍ସ ମାଧ୍ୟମରେ ଏହାକୁ ପଢିବାକୁ ଚେଷ୍ଟା କରନ୍ତୁ । କେମିତି ଦଶମ ଶ୍ରେଣୀ ବହିରେ ସ୍ପଷ୍ଟ ଭାବରେ ଲେଖାଯାଇଛି କି, ମାଛକୁଣ୍ଡ ଜଳପ୍ରପାତ ଆନ୍ଧ୍ରର । ହେଲେ ମାଛକୁଣ୍ଡ ଓଡ଼ିଶାର ଏକଥା ଆମେ ସମସ୍ତେ ଜାଣନ୍ତି । ହେଲେ ପିଲାଙ୍କ ବହିରେ ଏମିତି କେମିତି

ଓଡ଼ିଶାକୁ ନେଇ ଆଦୌ ସମ୍ବେଦନଶୀଳ ନୁହେଁ ନବୀନ ବାବୁ । ଯଦି ଥାଆନ୍ତେ ତାହେଲେ ଏମିତି ବିଚିତ୍ର ଘଟଣା କେମିତି ଦେଖିବାକୁ ମିଳିଥାଆନ୍ତା ? ପୂର୍ବରୁ କୋଟିଆକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କାରଣ କୋଟିଆ ଓଡ଼ିଶାରେ ଥିବା ପରେ ବି ଆନ୍ଧ୍ର ସରକାର ସ୍ଥାନୀୟ ଲୋକଙ୍କୁ ସଅନେକ ପ୍ରକାର ସୁବିଧା ଯୋଗାଇବା ସହିତ ଭୋଟ୍‌ ନେବାକୁ ଚକ୍ରାନ୍ତ ବି କରୁଛନ୍ତି । ଖାଲି ଚକ୍ରାନ୍ତ କରୁଛି ତାହା ନୁହେଁ ବରଂ ମତଦାନ କେନ୍ଦ୍ର ବି କରିଛି । ହେଲେ ନାହିରେ ତେଲ ମାରି ଶୋଇଛନ୍ତି ନବୀନ ବାବୁ । 

ବିବାଦ ସତେ ଯେମିତି ବିଜେଡି ସରକାର ପିଛା ଛାଡୁନି । କାରଣ ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା ବୋଲି ଆମେ ସମସ୍ତେ ଜାଣନ୍ତି । ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ ବି ରହିଛି । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନାହିଁ ବୋଲି ଦଶମ ଶ୍ରେଣୀ ବହିରେ ଲେଖାଯାଇଛି । ଯାହା ଜଣାପଡିବା ପରେ ସୋସିଆଲ ମିଡିଆରେ ଏମିତି ପୋଷ୍ଟ କରି ଦୁଃଖ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା । ହେଲେ ପିଲାଙ୍କ ବହିରେ ଏମିତି କେମିତି ତ୍ରୁଟି ରହିଲା ତାହାକୁ ନେଇ ଚର୍ଚ୍ଚା ଜୋର ।
 

ରାଜନାଥ ସିଂ
4m ago
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି  ରାଜ୍ୟ ସରକାର ହଜାଇଦେଲେ: ରାଜନାଥ ସିଂ
ସମ୍ବଲପୁର: ନାକ୍‌ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକା
ସ୍ବଚ୍ଛ ପାନୀୟ
25m ago
5 ବର୍ଷରେ ଆଖି ବୁଜିଲେଣି 15 ଜଣ
ଅନୁଗୁଳ: ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ପାନୀୟ ଜଳ ପ୍ରକଳ୍ପ । 50 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏମାତ୍ର ନଳକୂପର
ପର୍ଯ୍ୟାୟ ନିର୍ବାଚନ
51m ago
ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ
ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭ