5 ବର୍ଷରେ ଆଖି ବୁଜିଲେଣି 15 ଜଣ
by Argus News
Sun, May 19 | 2:10 p.m.

ଅନୁଗୁଳ:  ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ପାନୀୟ ଜଳ ପ୍ରକଳ୍ପ । 50 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏମାତ୍ର ନଳକୂପରୁ ବାହାରୁଥିବା ଲୁହା ଗୁଣ୍ଡ ଯୁକ୍ତ ନାଲି ପାଣି । ଯାହାକୁ ନେଇ ବ୍ୟାପୁଛି କିଡନୀ, ଗଲାଣି 15 ଜୀବନ । ଘରେ ଘରେ ପାଇପ୍ ଯୋଗେ ପହଞ୍ଚିବ ପାଣି ସାରା ରାଜ୍ୟରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏ ଚିତ୍ର ଖୋଲିଛି ସତ ବନାମ ବାସ୍ତବତାର ପୋଲ୍ । ଇଏ ଦେଖନ୍ତୁ, ଯେଉଁ ପାଣିରେ ଗାଧୋଇବାକୁ ବି ଆମେ କୁଣ୍ଠାବୋଧ ହେବା । ସେଇ ପାଣିକୁ ପିଇ ବର୍ଷ ବର୍ଷ ଧରି ବଞ୍ଚୁଛନ୍ତି 50 ପରିବାର । ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ରୋହିଲା ପଞ୍ଚାୟତ ବେଣୀପଥର ଗାଁକୁ ବାଟ ଭୁଲୁଛି ବିକାଶ । ଗାଁରେ 300ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ହିଁ ମାତ୍ର ନଳକୂପ ରହିଛି । ସେଥିରୁ ମଧ୍ୟ ଲୌହ ଗୁଣ୍ଡ ଯୁକ୍ତ ନାଲି ପାଣି ବାହାରୁଛି ।

ଯାହାକୁ ପିଇ 5 ବର୍ଷରେ 15ରୁ ଅଧିକ ଲୋକଙ୍କ କିଡନୀ ରୋଗରେ ଜୀବନ ଗଲାଣି । ଗାଁରେ କେବଳ ଗାତ ଖୋଳି ପାଇପ ବିଛା ଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦେ ଆସିଲା ନାହିଁ । ଜଳ ସମସ୍ୟା ନେଇ ଅନେକ ଥର ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ହେଲେ କୌଣସି ସୁଫଳ ନାହିଁ । ଫଳରେ ବାଧ୍ୟ ହୋଇ ଏହି ଦୂଷିତ ଆଉ ଗନ୍ଧିଆ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ, ଗାଁରେ ଅଙ୍ଗନୱାଡି କେନ୍ଦ୍ରଟିଏ ବି ନାହିଁ । କୁନି କୁନି ପିଲା ପାଠପଢା ପାଇଁ ଅନ୍ୟ ଗାଁକୁ ଯାଉଛନ୍ତି । କିଛି ଦିନ ତଳେ ପାଣି ପାଇଁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ  ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଏ ତ ଭାତହାଣ୍ଡିରୁ କେତୋଟି । ପାଣି ପାଇଁ ସାରା ରାଜ୍ୟରେ ହାହାକାର ସ୍ଥିତି । ବେଣୀପଥର ଗାଁରେ କିଡନୀ ରୋଗରେ ଆଉ କେତେ ଜୀବନ ଗଲେ ଚେତିବେ ବିଜେଡି ସରକାର ? । 24 ବର୍ଷର ପ୍ରତାରଣା ଯୋଗୁଁ ଏଥର ଭୋଟ୍ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ । 

ଅଧିକ ପଢନ୍ତୁ ଓଡିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା