ଅସରାଏ ବର୍ଷାରେ ବେହାଲ ସାହାଜପାଳ ସାପ୍ତାହିକ ବଜାର  
by Argus News
Tue, Jul 16 | 12:14 p.m.

ବୌଦ୍ଧ:  ଅସରାଏ ବର୍ଷାରେ ବେହାଲ ସାହାଜପାଳ ସାପ୍ତାହିକ ବଜାର l ବର୍ଷା ପାଣି ଯୋଗୁଁ ପୋଖରୀରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି l ହେଲେ ନଜର ପଡୁନି ବ୍ଲକ ପ୍ରଶାସନର l ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଳ ସାପ୍ତାହିକ ବଜାର ମଧ୍ୟରେ ଜମି ରହୁଛି ବର୍ଷା ପାଣି। ଏହି ପାଣି ଜମି ରହୁଥିବା ଯୋଗୁଁ ବଜାରକୁ ଆସୁଥିବା ବେପାରୀ ମାନେ ପଶରା ବସାଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହା ସହିତ ଗ୍ରାହକ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିଭଳି ସାପ୍ତାହିକ ବଜାରରୁ ପଞ୍ଚାୟତ ମୋଟା ଅଙ୍କର ଅର୍ଥ ସଂଗ୍ରହ କରୁଛି l ହେଲେ ପଞ୍ଚାୟତ ପକ୍ଷରୁ ଏହାର ସମାଧାନ କରିବାରେ ଅସମର୍ଥ l  ଖାଲି ସେତିକି ନୁହେଁ ବଜାର ପାଖରେ ଥିବା ଅଳିଆ ଆବର୍ଜନା ପଡି ରହିଛି ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖା ଦେଇଛି। ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ନଜର ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ଆଜିଠାରୁ ଏକମାସ
51m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି