ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
by Argus News
Mon, Oct 14 | 8:36 p.m.

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏ କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଦ ଲୋକ ଅଂଶଗ୍ରହଣ କରିଥିଲେ । ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇ ଏହାକୁ ଯଶ୍ବସୀ କରିବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଏ ଜିଲ୍ଲାକୁ ଏକ ନମ୍ବର କରିବା ସେଥିପାଇ ଆପଣ ମାନଙ୍କ ସହଯୋଗ ମଧ୍ୟ ଦରକାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ପୂର୍ବ ସରକାର ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ ଆଉ ସମାଧାନ ହୋଇ ଯିବ କହୁଥିଲେ । ହେଲେ ସମାଧାନ ହୋଇଛି କି ବୋଲି ପଚାରିଥିଲେ CM । ସେତେବେଳେ ଜଣେ ସଚିବ ଆସି ମଞ୍ଚ ରେ ଭାଷଣ ଦେଉଥିଲେ, ନେତା ମନ୍ତ୍ରୀ ତଳେ ଠିଆ ହେଉଥିଲେ । ହେଲେ ଆଜି ଏହି ମଞ୍ଚରେ ସରପଞ୍ଚ ଓ ମେମ୍ବର ବସିଛନ୍ତି ତାଙ୍କର ବସିବାର ଅଧିକାର ଅଛି । ପୂର୍ବ ସରକାର ଲୋକଙ୍କ ପାଖକୁ ଗଲେ ନାହି ଅଫିସରଙ୍କୁ ପଠାଇଲେ ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢନ୍ତୁ ଓଡିଶା ଖବର...

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ