କମୁଛି ନଦୀର ଜଳସ୍ତର ହେଲେ ସାମ୍ନାକୁ ଆସୁଛି ଦୁର୍ଦ୍ଦଶାର ଚିତ୍ର
by Argus News
Mon, Oct 28 | 7:54 p.m.

ଅର୍ଗସ ବ୍ୟୁରୋ: ଇଏ ଦଇବର ଦାଉ । କେଇ ଘଣ୍ଟାର ଝଡ଼ ପବନ ଉପକୂଳ ଓ ଉତ୍ତର ଓଡ଼ିଶାରେ ତ ଅନେକ କ୍ଷୟକ୍ଷତି କଲା। ବାତ୍ୟା ଯିବା ପରେ ଏବେ ଲୋକଙ୍କ ଉପରେ ପଡ଼ିଛି ବନ୍ୟାର କଷଣ। ପ୍ରବଳ ବର୍ଷା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ଭଦ୍ରକ ଜିଲ୍ଲାର ସାଳନ୍ଦୀ, ନାଳିଆ, ରେବ ଓ କପାଳୀ ନଦୀରେ ଆସିଛି ବନ୍ୟା। ଆଜି ନଦୀରେ ଜଳ ସ୍ତର କମିଛି। ତଥାପି ଭଦ୍ରକ, ଧାମନଗର ଓ ତିହିଡ଼ି ଏହି 3ଟି ବ୍ଲକର ବହୁ ଗାଁ ପାଣି ଘେରରେ ଅଛି । ବନ୍ୟା ପ୍ରଭାବିତ ଗାଁ ଗୁଡ଼ିକରୁ 15 ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । 

ବାସୁଦେବପୁର ବ୍ଲକର ବେତଡ଼ା-ସୁଆଁ ମୁଖ୍ୟ ରାସ୍ତା ଉପରେ 5 ଫୁଟ୍ ଉଚ୍ଚତାର ବନ୍ୟାଜଳ  ପ୍ରବାହିତ ହେଉଛି। ଫଳରେ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । 
ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲାରେ 1600ରୁ ଅଧିକ ରାସ୍ତା ଓ 140ରୁ ଅଧିକ କଲଭର୍ଟ ନଷ୍ଟ ହୋଇଛି। ବାତ୍ୟା ଓ ବନ୍ୟାରେ ଭଦ୍ରକ ଜିଲ୍ଲାର 1243 ଟି ଗାଁର 14 ଲକ୍ଷ 20 ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ଜିଲ୍ଲାପାଳ କହିଛନ୍ତି ଶୀଘ୍ର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ। 

ବାଲେଶ୍ବର ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ବି ଜଳସ୍ତର କମୁଛି । ବାଲେଶ୍ବର ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୯୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । କିନ୍ତୁ ଅମଳର ଠିକ୍ ପୂର୍ବରୁ ଖରିଫ ଧାନ ପ୍ରାୟ ଉଜୁଡ଼଼ି ଯାଇଛି । ବାଲେଶ୍ବର ସଦର ସମେତ ବସ୍ତା, ବାଲିଆପାଳ, ଭୋଗରାଇ ବାହାନଗା ଆଦି ବ୍ଲକରେ ଶହ ଶହ ହେକ୍ଟର ଜମିରେ ପରିବା ଫସଲ ବି ପାଣିରେ ବୁଡ଼ି ରହିଛି। 

ବାତ୍ୟା ଓ ବନ୍ୟା ପ୍ରଭାବିତ ଲୋକଙ୍କ ସୁରକ୍ଷା ସହ ରିଲିଫ୍ ଓ ସହାୟତା ଯୋଗାଇବା ଦିଗରେ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର। ଆଜି ଲଗାତାର ଦ୍ବିତୀୟ ଦିନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଏରିଅଲ୍ ସର୍ଭେ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ତୁରନ୍ତ କ୍ଷୟକ୍ଷତି ଆକଳନ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ସମୟରେ ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସରକାର ସବୁ ପଦକ୍ଷେପ ନେଉଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।  

C-295 ଏୟାରକ୍ରାପ୍ଟ
1m ago
ମେକ୍ ଇନ୍ ଇଣ୍ଡିଆ ମେଡ୍ ଫର ୱାର୍ଲ୍ଡ ଏବେ ଦେଶରେ ବନିବ C-295 ଏୟାରକ୍ରାପ୍ଟ
ଅର୍ଗସ ବ୍ୟୁରୋ: ଯବାନଙ୍କ କାନ୍ଧରେ ଦେଶ ସୁରକ୍ଷାର ଭାର। ଆତ୍ମନିର୍ଭର ଭାରତରେ ସ୍ବଦେଶୀ ଜ୍ଞାନୀକୌଶଳରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉପକରଣ ଆମ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ଦୁଇଗୁଣି
DIWALI 2024
5m ago
ପଞ୍ଚଗବ୍ୟ ଦୀପ; ଵାୟୁମଣ୍ଡଳରେ ଅମ୍ଳଜାନ ତିଆରି କରିବାରେ ହେଉଛି ସହାୟକ
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପ ଲଗାଇ, ବାଣ ଫୁଟାଇ ସମସ୍ତେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିବେ । ହେଲେ ଏହାଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା କେତେ ବଢେ ତାହ
ମାଙ୍କଡ଼
44m ago
ମାଙ୍କଡ଼ ପାଇଲା ନୂଆ ଜୀବନ,ବଜରଙ୍ଗ ଦଳକୁ ଶହେ ସଲାମ୍
ଅର୍ଗସ ବ୍ୟୁରୋ:ଲୋକେ କୁହନ୍ତି ଏ ଦୁନିଆଟା କୁଆଡେ ସ୍ବାର୍ଥପର,ଏଠି ସ୍ବାର୍ଥବିନା କିଛି ହୁଏନା। ସମସ୍ତେ ନିଜ ନିଜ ସ୍ବାର୍ଥସାଧନ ପାଇଁ ବ୍ୟସ୍ତା କିନ୍ତୁ ସବୁ ନାଇଁ ନାଇଁ ଭିତରେ ବି ହଁକ