ଅକ୍ଟୋବରରେ ବାତ୍ୟା ହେବ ବୋଲି କହିଥିଲା ପାଞ୍ଜି !
by Argus News
Tue, Oct 22 | 7:10 p.m.

ଅର୍ଗସ ବ୍ୟୁରୋ: ସମୁଦ୍ରରେ ବଳ ଗୋଟାଇ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା । ସମୁଦ୍ରରେ ଭୟଙ୍କର ରୂପ ଧାରଣ କରିବ ବାତ୍ୟା । ତେବେ ଏହି ବାତ୍ୟା ହେବ ବୋଲି ପୂର୍ବରୁ ପାଞ୍ଜି କହିଥିଲା । ଓଡ଼ିଶାର ଖଡ଼ିରତ୍ନ ପାଞ୍ଜିକାର ଗଣନା ଅନୁସାରେ ଅକ୍ଚୋବର ୧୭ ରୁ ୨୩ ମଧ୍ୟରେ ବାତ୍ୟା ହୋଇପାରେ ବୋଲି ଆକଳନ କରାଯାଇଥିଲା । ଆଉ ପାଞ୍ଜିର କଥା ଅକ୍ଷରେ ଅକ୍ଷରେ ସତ ହୋଇଛି, ଠିକ୍‌ ୨୩ରେ ବାତ୍ୟା ଆସୁଛି । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଛି । 

ଗ୍ରହ ନକ୍ଷତ୍ରଙ୍କ ଅବସ୍ଥିତି ଓ ବାୟୁମଣ୍ଡଳର ସ୍ଥିତିକୁ ନେଇ ପାଞ୍ଜି ଗଣନାରେ ସ୍ପଷ୍ଟ କରାଯାଇଥିଲା କି ଏ ବର୍ଷ ଓଡ଼ିଶାକୁ ବାତ୍ୟାର ଭୟ ରହିଛି । ତାହା ପୁଣି ତୁଳା ମାସରେ । ରାଜ୍ୟର ଉପକୂଳ ଅଂଚଳ ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ , ଅସ୍ତରଙ୍ଗ, ଯାଜପୁର, ନୟାଗଡ, କାକଟପୁର, ନିଆଳି ପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ତାହା ପୁଣି ଅକ୍ଟୋବର ୧୭ରୁ ତା ୨୩ ଏବଂ ୨୬ରୁ ୩୦ ମଧ୍ୟରେ ଏହାସହ ନଭେମ୍ବର ୫ରୁ ୯ ମଧ୍ୟରେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ଗଣନା କରାଯାଇଛି ।

ସେପଟେ, ସମୁଦ୍ରରେ ଲଘୁଚାପ ଅବପାତର ରୂପ ନେଇ ସାରିଛି । ପାରାଦୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଛୁଇଁବ। ଏହା ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ । ଗତକାଲିର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସକାଳ ସାଢେ ୫ଟା ସମୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯାଇ ଅବପାତରେ କେନ୍ଦ୍ରୀଭୂତ ହୋଇଛି । ଅବପାତଟି ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଦକ୍ଷିଣ ପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ୱୀପରୁ ୭୭୯ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଥିବା ଜଣାଯାଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଏହା ୨୩ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଭୀଷଣ ବାତ୍ୟାର ରୂପ ନେବାର ତୀବ୍ର ସମ୍ଭାବନା ଅଛି  । ଇଏ ତ ଗଲା ପାଣିପାଗ ବିଭାଗର ଅପଡେଟ୍‌ ଖବର । ହେଲେ ପଞ୍ଜିକା ବାତ୍ୟାକୁ ନେଇ ଯେଉଁ ଆକଳନ କରିଛି ତାହା ସତ ହେବାକୁ ଯାଉଥିବାରୁ ଗଣନାକୁ ନେଇ ଜୋରଦାର ଚର୍ଚ୍ଚା ବଢିଛି ।
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର