ଭାଲୁ ଆକ୍ରମଣରେ କଲେଜ ଛାତ୍ରୀ ଗୁରୁତର
by Argus News
Sat, Oct 12 | 4:12 p.m.

ସମ୍ବଲପୁର: ରେଢ଼ାଖୋଲ ଥାନା ବିରଚନ୍ଦ୍ରପୁର ଗ୍ରାମରେ ଅଭାବନୀୟ ଘଟଣା । ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ +3 କଲେଜ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । କଲେଜ ଛାତ୍ରୀ ସୁନିତା ମୁଣ୍ଡା ସକାଳେ ଶୌଚ ହେବା ପାଇଁ ଘର ପଛ ପଡିଆକୁ ଯାଇଥିବା ବେଳେ ଅତର୍କିତ ଭାବେ ଭାଲୁ ଆକ୍ରମଣ କରିଥିଲା । ସୁନିତା ମୁଣ୍ଡାଙ୍କ ଚିତ୍କାର ଶୁଣି ପାଖରେ ଥିବା ପରିବାର ଲୋକେ ଦୌଡିଥିଲେ ।

ପରିବାର ଲୋକଙ୍କୁ ଦେଖି ଘଟଣା ସ୍ଥଳରୁ ଭାଲୁ ପଳାଇଥିବାବେଳେ ଝିଅକୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକେ । ସୁନିତା ମୁଣ୍ଡାଙ୍କ ବାମ ଆଖିରେ ଆଘାତ ଲାଗିବା ସହ ତାଙ୍କ ନାକଟି ଛିଣ୍ଡି ଯାଇଥିବା ଜଣାପଡିଛି । ଅତି ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ବନବିଭାଗ ପହଂଚି ଘଟଣାର ତଦନ୍ତ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର