ଜେଲ ଭିତରେ ପ୍ଲାନିଂ, ଜେଲରୁ ବାହାରିବା ପରେ କରୁଥିଲେ ଅପରେସନ
by Argus News
Sat, Apr 13 | 8:57 p.m.

ଅର୍ଗସ ବ୍ୟୁରୋ : ପୋଲିସ କବଜାରେ ବିଟୁ କାଜଲ ଗ୍ୟାଙ୍ଗ । ଜେଲ ଭିତରେ କରୁଥିଲେ ପ୍ରପର ପ୍ଲାନିଂ । ଜେଲରୁ ବାହାରିବା ପରେ କରୁଥିଲେ ଅପରେସନ । ସେମାନଙ୍କଠାରୁ ୧ କେଜି ସୁନାଗହଣା, ୧ କେଜି ୩୦୦ ଗ୍ରାମ ରୁପା ଅଳଙ୍କାର ଓ ନଗଦ ୩ ଲକ୍ଷ ୨୫ ହାଜର ଟଙ୍କା ଜବତ କରାଯାଇଛି । ଶୁଭ୍ରକାନ୍ତ ବେହେରା, ଓରଫ-କାଜଲ, ଡକାୟତି ସହ ଚେନ ସ୍ନାଚିଂରେ ଧୁରନ୍ଧର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭୁବନେଶ୍ୱରରେ ରହିଛି ୩୧ ମାମଲା । ବିଶ୍ୱଜିତ ଦାସ ଓରଫ ବିଟୁ, କାଜଲର ମୁଖ୍ୟ ସହଯୋଗୀ ଥିଲା, ଏକାଠି ଜେଲରେ ବି ରହୁଥିଲା, ୟା ନାରେ ବି ରହିଛି ଭୁବନେଶ୍ୱର ସହ ବିଭିନ୍ନ ଜିଲ୍ଲାରେ ୩୧ ମାମାଲା ।

ମଧୁସୂଦନ ମହାନ୍ତି ଓରଫ ମଧୁ, ପେସାଦାର ଅପରାଧୀ, ଡକାୟତି ବେଳେ ଲୋକଙ୍କୁ ଧାରୁଆ ଅସ୍ତ୍ରରେ କରୁଥିଲା ଆକ୍ରମଣ, ଜଗତସିଂହପୁରରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିବା ବେଳେ ତାମିଲନାଡୁରେ ବି ରହିଛି ହତ୍ୟା ଉଦ୍ୟମ ଭଳି ମାମଲା । ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟ ଓ ଘରେ ପଶି ଲୁଟ କରୁଥିବା ଏହି ବଡ଼ ଗ୍ୟାଙ୍ଗର ପର୍ଦାଫାଶ କରିଛି କମିଶନରେଟ ପୋଲିସ । ୩ ଡକାୟତ ବିଟୁ, କାଜଲ ଓ ମଧୁ ସହ ଜଣେ ରିସିଭରକୁ ଗିରଫ କରିଛି ସ୍ପେଶାଲ ସ୍କୁଆଡ଼ । ଅଭିଯୁକ୍ତ ମାନଙ୍କ ପାଖରୁ ୧ କିଲୋ ସୁନା, ୧୩୦୦ଗ୍ରାମ ରୁପା ଗହଣା ଓ ୩ ଲକ୍ଷ ଟଙ୍କା ଜବତ ହୋଇଛି । 

ଗତ ୩୦ ତାରିଖରେ କାନନ୍ ବିହାରର ଏକ ଘରୁ କରିଥିଲେ ଲୁଟ୍ । ଏହି ମାମଲାର ତଦନ୍ତ କରି ଗତ ଦୁଇମାସରେ ଭୁବନେଶ୍ୱର, ପୁରୀ, ଭଦ୍ରକ, ନୟାଗଡ଼, ଯାଜପୁରରେ ଡକାୟତି କରିଥିବା ଜାଣିପାରିଛି ପୋଲିସ । ବଡ଼ କଥା ହେଲା ପୁରୀ ବଳଙ୍ଗାରେ ଡାକ୍ତର ଦମ୍ପତିକୁ ବାନ୍ଧି ଡକାୟତି କରିଥିଲା ଏହି ଗ୍ୟାଙ୍ଗ । ବିଭିନ୍ନ ଅଂଚଳରେ ଲୋକାଲ ଇନ୍ଫମର ରଖିଥିଲେ, ମୋବାଇଲ ରେ ଯୋଗାଯୋଗ କରୁଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଳମ୍ବିତ ରାତି, ସନ୍ଧ୍ୟା ଓ ଦିନ ଦ୍ବିପହରରେ ରେକି କରି ମାରଣାସ୍ତ୍ର ସହ ଘରେ ପଶୁଥିଲେ। ଘରେ ଥିବା ଲୋକଙ୍କୁ ବନ୍ଦୀ କରି ଲୁଟ କରୁଥିଲେ। କିଏ ବାଧା ଦେଲେ ଆକ୍ରମଣ କରୁଥିଲେ। ଆଉ ଚୋରୀ ପରେ ବାଇକରେ ଚମ୍ପଟ ମାରୁଥିଲେ । ଲୁଟ ସୁନା ଗହଣାକୁ ଜଣେ ବଣିଆକୁ ବିକ୍ରି କରିବା ପରେ ନିଜ ନିଜ ଭିତରେ ଟଙ୍କା ଭାଗବଣ୍ଟା କରୁଥିଲେ । ୨୦୨୩ ଜୁନରେ ଏହି ଗ୍ରୁପର ବିଟୁ ଆଉ କାଜଲକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଏହି ସମୟରେ ମଧୁ ତାମିଲନାଡୁରେ ଆତ୍ମଗୋପନ କରିଥିଲା । ପରେ ବିଟୁ କାଜଲ ଜାମିନରେ ଆସିବା ପରେ ମଧୁ ଓଡିଶା ଆସିଥିଲା ଓ ତିନିଜଣ ମିଶି ପୁଣି ଗ୍ୟାଙ୍ଗ ଅପରେଟ କରିଥିଲେ । ତେବେ ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । 
 

ମୃତ୍ୟୁ
32m ago
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
43m ago
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
55m ago
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ