କଟକରେ ସାଧାରଣ ନିର୍ବାଚନ ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି
by Argus News
Fri, May 24 | 5:58 p.m.

ଅର୍ଗସ ବ୍ୟୁରୋ: କଟକରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ କଟକ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି। ୫ଟି ବିଧାନସଭା କ୍ଷେତ୍ରରେ କମିଶନରେଟ ପୋଲିସର ସମସ୍ତ ଟିମ ନିୟୋଜିତ ରହିବେ। କଟକ ସହରାଞ୍ଚଳ ପୋଲିସ ଅଞ୍ଚଳରେ ସମୁଦାୟ ୬୨୭ ବୁଥରେ ହେବ ମତଦାନ। ଏହି ବୁଥ ମଧ୍ୟରୁ ୧୦୬ଟି ପିଙ୍କ ବୁଥ ହୋଇଥିବା ବେଳେ ୧୫ଟି ଅତିରିକ୍ତ ବୁଥ ରଖାଯାଇଛି। 

ଜଣେ ଡିସିପି, ୪ ଜଣ ଏଡିସିପି, ୧୦ ଏସିପି, ୨୬ ଇନ୍ସପେକ୍ଟର, ୧୭୨ ଜଣ ଏସଆଇ, ୬୬୪ ଜଣ ଏପିଆର ଓ ଓଏପିଏଫ, ୩୩୦ ଜଣ ହୋମଗାର୍ଡ, ୨୪ ସେକ୍ସନ ଓଏସଏପି ଫୋର୍ସ, ୧୩୫ ସେକ୍ସନ ସିଏପିଏଫ ପୋଲିସ ଫୋର୍ସ ମୁତୟନ ରହିବେ। 

ଏହା ସହ ୫୩ ଟି ମୋବାଇଲ ପାର୍ଟି, ୧୯ ଟି ସେକ୍ଟର ମୋବାଇଲ, ୧୯ ଟି ଫ୍ଲାଇଙ୍ଗ ସ୍କୁଆଡ, ୧୯ ଟି ଷ୍ଟ୍ରାଇକିଙ୍ଗ ଫୋର୍ସ, ୯ ଟି ଭିଡିଓ ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ ରହିବେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ମୋବାଇଲ ଆପ ଜରିଆରେ ଘଟଣାସ୍ଥଳରେ ପହଞ୍ଚିବେ ମୋବାଇଲ ପାର୍ଟି। ସମ୍ବେଦନଶୀଳ ବୁଥ ନିକଟରେ ଅଧିକ ପୋଲିସ ଫୋର୍ସ ମୁତୟନ ରହିବେ। 

କଟକ କମିଶନରେଟ ପୋଲିସ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପ୍ରଚାର ଶେଷ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରକାଶ ଆର। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ