ଅର୍ଗସ ବ୍ୟୁରୋ: ଗୋ- ଚାଲାଣ ବନ୍ଦ ପାଇଁ ସରକାରଙ୍କ ବଡ ନିଷ୍ପତି। ଗୋ- ସୁରକ୍ଷା ଓ ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି । ଗୋ ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ । ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୫ କ୍ୟାବିନେଟ୍ ମନ୍ତ୍ରୀ ଓ ପୋଲିସ DGଙ୍କୁ ନେଇ ଗୋସୁରକ୍ଷା ପାଇଁ କମିଟି ଗଠନ ହୋଇଛି। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଂଚାୟତରାଜ ମନ୍ତ୍ରୀ ରବି ନାୟକ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ପୋଲିସ DGଙ୍କୁ ନେଇ ଗଠିତ ହୋଇଛି ଏହି କମିଟି । ଗୋ ଚାଲାଣ, ଗୋ ସୁରକ୍ଷା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ଓ ଚିକିତ୍ସା ବାବଦରେ କାର୍ଯ୍ୟ କରିବ ଏହି କମିଟି ।