ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳ ରଘୁବର ଦାସଙ୍କ ଉଦବେଗ
by Argus News
Mon, Feb 12 | 7:46 p.m.

ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ କିରେଇ ପଞ୍ଚାୟତର ଜବରଦସ୍ତପଡ଼ା। ରବିବାର ରାତିରେ ଏହି ମଫସଲ ହୋଇଉଠିଲା ଚଳଚଞ୍ଚଳ। କାରଣ ଏ ଗାଁରେ ପହଞ୍ଚିଥିଲେ ରାଜ୍ୟପାଳ । ପାଣି ସମସ୍ୟାରେ ହନ୍ତସନ୍ତ ହେଉଥିବା ଏ ଗାଁର ଲୋକେ ସୁନ୍ଦରଗଡ଼ ଗସ୍ତରେ ଯାଉଥିବା ରାଜ୍ୟପାଳଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିଲେ। ଅଭିଯୋଗ ଶୁଣିବା ପରେ ସେମାନଙ୍କ ଗାଁକୁ ଯାଇ ପାଣି ସମସ୍ୟା ବୁଲି ଦେଖିଥିଲେ ପିପୁଲ୍ସ ଗଭର୍ଣ୍ଣର। ଲୋକଙ୍କ କଥାକୁ ଗୁରୁତ୍ବ ସହ ନେଲେ। ରାଜ୍ୟ ସରକାରଙ୍କୁ ଜଣାଇ ସମାଧାନ କରିବାର ପ୍ରତିଶ୍ରୁତି ଦେଲେ । 

ଏବେ ସ୍ପଷ୍ଟ ଦିବାଲୋକରେ ଦେଖନ୍ତୁ ସେହି ଜବରଦସ୍ତ ପଡ଼ାର ଦୃଶ୍ୟ ଯେଉଁଠାକୁ ଯାଇଥିଲେ ରାଜ୍ୟପାଳ । ଗାଁରେ ରହନ୍ତି  50ରୁ ଅଧିକ ପରିବାର । ସୁନ୍ଦରଗଡ ସଦର ମହକୁମାଠାରୁ ମାତ୍ର 7 କିଲୋମିଟର ଦୁରରେ ଥିବା ଏହି ଗାଁର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଗାଁରେ ଥିବା ନଳକୂପ ଓ ସୋଲାର ପମ୍ପ ଅଚଳ। ଏଇ ଗୋଟିଏ ପୋଖରୀ ହିଁ ଲୋକଙ୍କ ଭରସା। ଦେଖନ୍ତୁ ଇଏ ଏକବିଂଶ ଶତାବ୍ଦୀର ଓଡ଼ିଶା। ଯେଉଁଠି ଗାଧୋଇବା, ଶୌଚ ହେଉଥିବା ଏ ପୋଖରୀର ଦୂଷିତ ପାଣି ଛାଣି ପିଇବାକୁ ବାଧ୍ୟ ଗାଁ ଲୋକେ । ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ନାଁରେ ପାନୀୟ ଜଳ ଯୋଗାଣର ମିଛ ପ୍ରଚାର କରୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଉଛି ଏହି ଗାଁର ଚିତ୍ର। 

ଏବେ ଫେବ୍ରୁଆରୀ ମାସରେ ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକେ ଖରାଦିନେ ଦୟନୀୟ ଅବସ୍ଥା ଭୋଗନ୍ତି। ପୋଖରୀରୁ ଲୋକେ ଦୂଷିତ ପାଣି ପିଉଥିବା ଦେଖି ଉଦବେଗ ପ୍ରକାଶ କଲେ ରାଜ୍ୟପାଳ। ଜିଲ୍ଲାପ୍ରଶାସନକୁ ଏ ନେଇ ଏକ ରିପୋର୍ଟ ମାଗିଲେ। ରାଜ୍ୟପାଳଙ୍କ ସହ ସଦର ବିଧାୟିକା କୁଶୁମ ଟେଟେ ମଧ୍ୟ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଟ୍ବିଟ୍ କରି ରାଜ୍ୟପାଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନା ଆମ ମା ଓ ଭଉଣୀଙ୍କ ଜୀବନକୁ ସହଜ କରିଛି। ସେମାନେ ସହଜରେ ନିଜ ଘରେ ପାଣି ପାଉଛନ୍ତି । କିନ୍ତୁ ଜବରଦସ୍ତପଡାର ଲୋକଙ୍କ ସମସ୍ୟାକୁ ଦେଖି ଦୁଃଖ ଲାଗିଲା । ଗତ ଡିସେମ୍ବର ମାସରେ ସୁନ୍ଦରଗଡ଼ ଓ ରାଉରକେଲାରେ ଦୂଷିତ ପାଣି ଯୋଗୁଁ ହଇଜାରେ ଯାଇଥିଲା ବହୁ ଲୋକଙ୍କ ଜୀବନ। ତଥାପି ଚେତିଲେନି ରାଜ୍ୟ ସରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021