ରାଜ୍ୟ କାର୍ଯ୍ୟାଳୟରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନାଚକ୍ର
by Argus News
Sun, Dec 03 | 9:01 p.m.

ଅର୍ଗସ ବ୍ୟୁରୋ: ଉପନିବେଶବାଦୀ ମାନସିକତାରୁ ମୁକ୍ତ ହୋଇ ସ୍ୱ-ଆଧାରିତ ଭାରତର ନିର୍ମାଣ ଆମର ସଂକଳ୍ପ ହେଉ । ଦିନେ ଭାରତ ବିଶ୍ୱ ଅର୍ଥନୀତିର ଅଗ୍ରଣୀ ସ୍ଥାନରେ ଥିଲା । ଇଂରେଜ ଶାସନ ଅମଳରେ ତାହା ଦୁର୍ବଳରୁ ଦୁର୍ବଳତମ ସ୍ଥାନକୁ ପଳାଇଗଲା ଏବଂ ୧୯୪୭ ବେଳକୁ ଭାରତ ଏକ ଗରିବ ରାଷ୍ଟ୍ର ଭାବେ ପରିଗଣିତ ହେଲା । କଂଗ୍ରେସ ଶାସନରେ ଭାରତ ଆଶାନୁରୂପ ପ୍ରଗତି କରିପାରିଲା ନାହିଁ । ମୋଦି ସରକାରଙ୍କ ଆଗମନ ପରେ ଭାରତ ଦ୍ରୂତଗତିରେ ଅଗ୍ରଗତି କରି ଆଜି ବିଶ୍ୱର ପଞ୍ଚମ ଅର୍ଥନୀତି ଓ ଚତୁର୍ଥ ଶ୍ରେଷ୍ଠ ସୈନ୍ୟଶକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଭାରତୀୟ ସଂସ୍କୃତିର ପରିବାର ପରିକଳ୍ପନା ସାରା ବିଶ୍ୱକୁ ଗୋଟିଏ ପରିବାରଭାବେ ଗ୍ରହଣ କରିବା ଦୁଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ସର୍ବତ୍ର ଗ୍ରହଣୀୟ ହେଲା ଏବଂ ଧୀରେ ଧୀରେ ଭାରତ ସାରା ବିଶ୍ୱର ନେତୃତ୍ୱ ନେବା ଆରମ୍ଭ କରିଛି । ମୋଦିଜୀଙ୍କର ପ୍ରସ୍ଥାବରେ ଯୋଗ ଦିବସ ବିଶ୍ୱରେ ଆଦୃତି ଲାଭ କଲା ।

ପର୍ଯ୍ୟାବରଣ ଓ ପରିବେଶ ମୋଦିଜୀଙ୍କ ପ୍ରସ୍ତାବ ମଧ୍ୟ ଆଜି ସମଗ୍ର ବିଶ୍ୱ ଗ୍ରହଣ କରୁଅଛି । ୟୁକ୍ରେନ-ଋଷିଆ ଯୁଦ୍ଧ ହେଉ କିମ୍ବା ଇଜରାଇଲ-ହମାସ୍ ଯୁଦ୍ଧ ହେଉ ଉଭୟ କ୍ଷେତ୍ରରେ ଭାରତ ଲୋକଙ୍କୁ ନିରାପଦରେ ଫେରାଇ ଆଣି ପ୍ରବାସୀ ଭାରତୀୟଙ୍କ ମନରେ ଆଶାର ସଞ୍ଚାର ସୃଷ୍ଟି କରିଛନ୍ତି ମୋଦିଜୀ । ଆଗାମୀ ଦିନରେ ଭାରତକୁ ବିଶ୍ୱରେ ଅଗ୍ରଣୀ ରାଷ୍ଟ୍ରଭାବେ ପ୍ରତିଷ୍ଠିତ କରିବା ପାଇଁ ସ୍ୱନାମଧନ୍ୟ ବକ୍ତା ଶ୍ରୀଯୁକ୍ତ ରାଜୀବ ପୁରୀ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତି ବୁଦ୍ଧିଜୀବୀଙ୍କୁ ଆହ୍ୱାନ ଦେଇଛନ୍ତି । 

ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି କରିଥିଲେ । ସଭା ପ୍ରାରମ୍ଭରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି ଦୀପ ପ୍ରଜ୍ୱଳନ କରିଥିଲେ । ବୁଦ୍ଧିଜୀବୀ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ସଜ୍ଜନ ଶର୍ମା କାର୍ଯ୍ୟକ୍ରମର ପ୍ରସ୍ଥାବନା ରଖିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଭୁବନାନନ୍ଦ ତ୍ରିପାଠୀ ସଭା ସଂଚାଳନ କରିଥିଲେ । ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଅତିଥି ଓ ଶ୍ରୋତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ଆଜିଠାରୁ ଏକମାସ
28m ago
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
49m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
51m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି