୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରୁଛି କଂଗ୍ରେସ
by Argus News
Fri, Dec 01 | 12:49 p.m.

ଭୁବନେଶ୍ୱର: ଆଜି ରାଜ୍ୟ କଂଗ୍ରେସ ର ତୁଳସୀ ଯାତ୍ରା । ୩୧୪ ବ୍ଲକ୍ ରୁ ତୁଳସୀ ପତ୍ର ସଂଗ୍ରହ କରାଯାଇ କଂଗ୍ରେସ ନେତା ଓ କର୍ମୀ  ଭୁବନେଶ୍ୱର କଂଗ୍ରେସ ଭବନରେ ଏକାଠି ହୋଇଛନ୍ତି । କଂଗ୍ରେସ ଭବନ ରୁ ରାଜମହଲ ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ । ଏହାପରେ ତୁଳସୀ ନେଇ ପୁରୀ ଯିବେ କଂଗ୍ରେସ ନେତା । ସଂଗୃହିତ ତୁଳସୀକୁ  ମହାପ୍ରଭୁଙ୍କୁ ଅର୍ପଣ କରାଯିବ । ସରଧା ବାଲି ରୁ ଚାଲି ଚାଲି ଯାଇ ତୁଳସୀ ଅର୍ପଣ କରାଯିବ ।

ଆଜି ୬ ଦଫା ଦାବି ନେଇ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବ କଂଗ୍ରେସ । ନିଜ ଦାବି ସମ୍ପର୍କରେ ପୁଣିଥରେ ସରକାରଙ୍କୁ ମନେ ପାକାଇଦେଵ କଂଗ୍ରେସ । ରାଜ୍ୟର ସବୁ ଅଞ୍ଚଳରୁ ସଂଗୃହିତ ତୁଳସୀ ନେଇ ଶ୍ରୀକ୍ଷେତ୍ରକୁ ପ୍ରଦେଶ କଂଗ୍ରେସ ତୁଳସୀ ଯାତ୍ରା କରିବ । 

ରତ୍ନଭଣ୍ଡାର ଗଣତି, ମରାମତି, ବେଦାନ୍ତ ଅଧିକୃତ ଅମୃତମଣୋହୀ ଜମିକୁ ଫେରସ୍ତ ଓ ଭୂମିହୀନ ସେବାୟତଙ୍କୁ ଭୂମି ଦେବା ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଦୁଇ ଦୁଇ ଥର ଆନ୍ଦୋଳନ କରାଯାଇଥିଲା । କଂଗ୍ରେସର ବାରମ୍ବାର ଚେତାବନୀ ସତ୍ତ୍ବେ ରାଜ୍ୟ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ୪ଦ୍ବାର ବନ୍ଦ ରହିବା ଫଳରେ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହିବା ଫଳରେ କେତେକ ଭକ୍ତ ବେହୋସ ହୋଇଯାଉଛନ୍ତି। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
 

ରାଜ୍ୟରେ ଲାଗୁ ହେବ
5m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର