ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର
by Argus News
Thu, Sep 05 | 4:59 p.m.

ପୁରୀ:  ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର । ସମୁଦ୍ର ଠାରୁ ଦୁଇ କିଲୋମିଟରର ଦୂରରେ ଦେଖାଗଲା କଣ୍ଟେନର । ମତ୍ସ୍ୟଜୀବୀମାନେ ଦେଖିଲେ ଏହି କଣ୍ଟେନର । ଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ପୋଲିସ ସେଠାରେ ପହଞ୍ଚି ଅନୁସନ୍ଧାନ କରୁଛି। କଣ୍ଟେନର‌ଟି ଓଜନିଆ ଥିବାରୁ ତା'କୁ କୂଳକୁ ଆଣିବା ପାଇଁ ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀ ମାନେ ଆପ୍ରାଣ ଉଦ୍ୟମ କରିଥିଲେ।

ତେବେ ଏହି କଣ୍ଟେନର ଭିତରେ କ'ଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି। ଆଜି ସକାଳୁ ପେଣ୍ଠକଟା ମତ୍ସଜୀବୀ ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବେଳେ ଗୋଟିଏ କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ। ଏନେଇ ମେରାଇନ୍ ଓ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲେ। ଗତ କିଛିଦିନ ତଳେ ଏଭଳି ଏକ କଣ୍ଟେନର କେନ୍ଦ୍ରାପଡା ସମୁଦ୍ର କୂଳରେ ମଧ୍ୟ ଦେଖିବାକୁ ମିଳିଥିଲା। କଣ୍ଟେନର ଟି ନୀଳ ରଙ୍ଗର ହୋଇଥିବା ବେଳେ ଏହା ଭିତରେ କ'ଣ ରହିଛି ଏବଂ କେଉଁଠୁ ଭାସି ଆସିଛି ତା'କୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ