କ୍ୟାଥୋଲିକ ଚର୍ଚ୍ଚ ସମୂହର ମୁଖ୍ୟ ପୋପ ଫ୍ରାନ୍ସିସଙ୍କ ବିବାଦୀୟ ଯୁକ୍ତି
by Argus News
Mon, Jan 29 | 3:52 p.m.

ଅର୍ଗସ ବ୍ୟୁରୋ: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ଭଗବାନଙ୍କ ଉପହାର। ସେଥିପାଇଁ ଏହା ମନୁଷ୍ୟଙ୍କୁ ମିଳିଛି। ମଦବିକ୍ରି, ପିଇବା ଓ ନିଷେଧ ଉପରେ ଦେଶ ଓ ବିଦେଶରେ ବିଭିନ୍ନ ଆଇନକାନୁନ ରହିଛି। କେଉଁଠି ଏହାଯୋଗୁ ଅପରାଧ ଘଟେଇବା ପାଇଁ ବ୍ୟବହାର ହେଉଛି ତ ଆଉ କେଉଁଠି କିଛି ସୁଖଦ ମୂହୁର୍ତ୍ତକୁ ପାଳନ ପାଇଁ। ତେବେ ଏସମ୍ପର୍କରେ ୮୭ ବର୍ଷୀୟ ପୋପ କହିଛନ୍ତି, ମଦ ହେଉଛି ଭଗବାନଙ୍କଠାରୁ ମିଳିଥିବା ଉପହାର । ଏହା ଆମକୁ ମିଳିଛି କାରଣ ଆମେ ଏହାକୁ ସୁଖର ପ୍ରକୃତ ଉତ୍ସ ବୋଲି ବିବେଚନା କରୁ। ସେ ଆହୁରି ଥଟ୍ଟା କରି ଲୋକଙ୍କୁ କହିଛନ୍ତି, ଏହା ଏକ ମଦ୍ୟପ ପୋପଙ୍କ କଥା ପରି ମନେହେଉଥିବ କିନ୍ତୁ ଏହା ସତ। ସେପଟେ ପୋପଙ୍କ ଏଭଳି ବୟାନକୁ ସବୁଠି ଦୃଢ଼ ନିନ୍ଦା କରାଯାଇଛି। 

କେବଳ ଏତିକି ନୁହେଁ କିଛି ଦିନ ତଳେ, ପୋପଙ୍କ ଆଉ ଏକ ବୟାନ ବି ବିବାଦ ଠିଆ କରିଥିଲା । ଯୌନସୁଖ ମଧ୍ୟ ‘ଭଗବାନଙ୍କ ଉପହାର’ ଅଟେ ବୋଲି କିଛିଦିନ ପୂର୍ବରୁ ସେ କହିଥିଲେ । ଏନେଇ ସେ ଆହୁରି କହିଥିଲେ ଯେ, ଯୌନ ସୁଖକୁ ଉପଭୋଗ କର। କାରଣ ଏହା ବିନା ଜୀବନ ଦୁଃଖଦାୟକ ଓ ନିସଙ୍ଗ । ସଂଖ୍ୟାଲଘୁ ସମ୍ପ୍ରଦାୟରେ ଯୌନ ପ୍ରବୃତ୍ତିର କୌଣସି ନିନ୍ଦା କରାଯାଏନି। ପୋପ କହିଥିଲେ, ମଦ, ଜମି, କୃଷି ଦକ୍ଷତା ଏବଂ ଉଦ୍ୟୋଗ ହେଉଛି ଇଶ୍ୱରଙ୍କ ଉପହାର । ଏସବୁକୁ ଆମ ପାଇଁ ପ୍ରସ୍ତୁତ କରାଯାଇଛି । 

ତେବେ ନିକଟରେ ମଦକୁ ନେଇ ଏମସ୍ ପକ୍ଷରୁ କହାଯାଇଥିଲା, ଯେ ଭାରତୀୟ ଓ ଦକ୍ଷିଣ ଏସିଆର ଲୋକମାନଙ୍କ ପାଇଁ ମଦ ହାନୀକାରକ । ଏହାର ସେବନ ମୃତ୍ୟୁ ସୁନିଶ୍ଚିତ କରିଥାଏ । ତେଣୁ ଏହାଠାରୁ ନିବୃତ୍ତ ରହିବା ପାଇଁ ଏମସ ପକ୍ଷରୁ ସତର୍କ କାରାଯାଇଛି ।
ଏବେ ପୋପଙ୍କ ମଦକୁ ନେଇ ନୂଆ ବୟାନ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ସମାଜରେ ମଦର କୁପ୍ରଭାବ ବଢୁଥିବା ବେଳେ  କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟଙ୍କ ଏଭଳି ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ