କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି
by Argus News
Sat, Dec 23 | 7:21 p.m.
  • ପୁଣି ଥରେ ଚିନ୍ତା ବଢ଼ାଇଲା କରୋନା
  • ଦୀର୍ଘ ଦିନ ପରେ ରାଜ୍ୟରେ ଚିହ୍ନଟ ହେଲେ ଜଣେ ସଂକ୍ରମିତ
  • କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ
  • କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି
  • ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଅର୍ଗସ ବ୍ୟୁରୋ: ଫେରିଲା କରୋନା , ଫେରିଲା ମାକ୍ସ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କୋଭିଡ୍‌ ପଜିଟିଭ୍‌ ଟିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ୩ ତାରିଖରେ ଶେଷ ଥର ପାଇଁ ଜଣେ କରୋନା ସଂକ୍ରମିତ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ୨୦ ଦିନର ବ୍ୟବଧାନ ପରେ ଜଣେ ସଂକ୍ରମିତ ଚିହ୍ନଟ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ।  କରୋନା କଡ଼ ଲେଉଟାଇବା ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୭୫୨ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି । ତେବେ JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ବଡ଼ ଦିନ, ନୂଆ ବର୍ଷ ଭଳି ଉତ୍ସବ ଥିବା ବେଳେ ବର୍ତ୍ତମାନ ପିକନିକ ୠତୁ ଚାଲିଥିବା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ସ୍ଥିତି ଉପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତିକ୍ଷଣ ନଜର ରଖିଥିବା ବେଳେ ଜନଗହଳି ସ୍ଥାନ କୁ ଗଲେ ମାକ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

RISHABH PANT
1m ago
ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୫ ପାଇଁ ନିଲାମୀ ପ୍ରକ୍ରିୟା ଜାରି । ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍
TEST
17m ago
ଦ୍ୱିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ। ଦ୍ବିତୀୟ ଇନିଂସରେ ୫୩୪ ରନର ଟାର୍ଗେଟର ପିଚ୍ଛା କରୁଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କ
HEMANT SOREN
28m ago
ଆସନ୍ତା 28ରେ ଶପଥ ନେବେ ହେମନ୍ତ ସୋରେନ୍‌
ଅର୍ଗସ ବ୍ୟୁରୋ: ଆସନ୍ତା 28ରେ ଶପଥ ନେବେ ହେମନ୍ତ ସୋରେନ୍‌ । ଗତକାଲି ହେମନ୍ତ ସୋରେନ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବ ସହିତ ପୁନର୍ବାର ସରକାର ଗଠନ ପାଇ
CM
31m ago
ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ
ଅର୍ଗସ ବ୍ୟୁରୋ: ଆଜି ହୋଇପାରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ। ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଆଜି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି
ବିଧାୟକଙ୍କ
ବିଧାୟକଙ୍କ PSO ଦେଇଥିବା ମାମଲା ନେଲା କ୍ରାଇମବ୍ରାଞ୍ଚ
ଅର୍ଗସ ବ୍ୟୁରୋ: ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ଭାର । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଘାଣ୍ଟିବ କ୍ରାଇମ୍‌ବ୍ରାଞ୍ଚ ।କ୍ରାଇମବ୍ରାଞ୍ଚକୁ ତଦନ୍