ଧର୍ମଶାଳାରେ ପଥର ଲୁଟ୍‌ : ମାଲେମାଲ ବିଜେଡି ନେତା
by Argus News
Sun, Jul 21 | 7:23 p.m.

ଅର୍ଗସ ବ୍ୟୁରୋ : ଡଙ୍କାରୀକୁ ନେଇ ଥମୁନି ଚର୍ଚ୍ଚା । କାରଣ ଦୁର୍ନୀତି ଏତେ ମାତ୍ରାରେ ହୋଇଛି ଯେ ଆଖି ତରାଟି ଯାଉଛି । ଖାସ୍‌ କରି ଡଙ୍କାରୀ, ବିଛାଖଣ୍ଡି, ରାହାଡପୁର, ଆରୁହା, ଲୁଣିବର, ବାଜବାଟି ପରି ଅଞ୍ଚଳରୁ କଳାପଥର ଲୁଟି ଲୁଟେରା ହେଉଛନ୍ତି ମାଲେମାଲେ । ଆଉ ଖାଦାନରେ ବେଆଇନ୍ ବିସ୍ପୋରଣ କରାଇ ନେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଯାହା ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି କଲାଣି ଝଡ । 

ଧର୍ମଶାଳାରେ ବେଆଇନ୍ ଭାବେ ଲୁଟ୍ ହେଉଛି କଳାପଥର । ଏହି ଲୁଟ୍ ଫଳରେ ମାଲାମାଲ୍ ହେଉଛନ୍ତି ଯାଜପୁରର ୩ ପ୍ରଭାବଶାଳୀ ଓ ପ୍ରତିପତ୍ତିଶାଳୀ ରାଜନୈତିକ ପରିବାର । ଅନ୍ୟପଟେ ପଥର ତଳେ ଯାଉଛି ଗରିବ ଶ୍ରମିକଙ୍କ ଜୀବନ । ଖାଦାନରେ କାମ କରୁଥିବା ଶ୍ରମିକଙ୍କ ପାଇଁ କାହାରି ଦୟା ନାହିଁ କି ମାୟା ନାହିଁ । ଏ ଯାଏଁ ଡଙ୍କାରୀରେ ମୃତ ଶ୍ରମିକଙ୍କୁ ସହାୟତା ମିଳିନଥିବାବେଳେ କେବେ ବେଆଇନ ଲୁଟ୍ ବନ୍ଦ ହେବ ଏବଂ କେବେ ଲୁଟେରାଙ୍କଠାରୁ ଆଦାୟ ହେବ ଜରିମାନା ତାହା ସବୁଠାରୁ ବଡ଼ ପ୍ରଶ୍ନ ।

ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ଏହି ତଥ୍ୟ ଉପରେ । ନିକଟରେ ଡଙ୍କାରୀରେ ହୋଇଥିବା ବିସ୍ପୋରଣରେ ରାଜ୍ୟ ବାହାରର ଜଣଙ୍କର ଆଉ ରାଜ୍ୟ ଭିତରରେ ଦୁଇଜଣଙ୍କ ଜୀବନ ଯାଇଥିବା କଥା ପ୍ରଶାସନ ସ୍ୱୀକାର କରିଛନ୍ତି । ହେଲେ ମୃତ ଶ୍ରମିକଙ୍କ ପରିବାରକୁ କଣ ସହାୟତା ମିଳିଲା ତାହା କିନ୍ତୁ କାହାକୁ ଜଣାନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ଭାଇ ବ୍ଲକ ଚେୟାରମ୍ୟାନ୍ ପ୍ରଭାତ ବଳବନ୍ତରାୟଙ୍କ ଚାପରେ ସବୁ ମାମଲାକୁ ଚାପି ଦିଆଯାଉଛି । ପ୍ରତିଦିନ କଳାପଥର ତଳେ ବହୁ ଲୋକଙ୍କର ଜୀବନ ଯାଉଥିବା ବେଳେ ଏହା କିନ୍ତୁ ପ୍ରଶାସନର ଆଢୁଆଳରେ ରହିଯାଉଛି ।

ଖଣି-ଖାଦାନରେ ଭରା ଯାଜପୁର ଜିଲ୍ଲା । ହେଲେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡେଇ ମନଇଚ୍ଛା ଦୁର୍ନୀତି କରିଥିବା ନେଇ ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହେଲାଣି । ଶାସନ କ୍ଷମତାରେ ରହିଥିବା ସମୟରେ କଳାପଥର ଲୁଟ ଓ ଖଣି ଲୁଟକୁ ପ୍ରୋତ୍ସାହନ ଦେଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା ଏହି ୩ ପରିବାର ବିରୋଧରେ । ଏବେ ଧର୍ମଶାଳାର ନବାଗତ ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଚିଠି ପରେ ଖଣି ବିଭାଗ ହଠାତ୍ ଆକ୍ଟିଭ ହୋଇଯିବା । ଖଣି ଅଞ୍ଚଳରେ ବିଧାୟକଙ୍କ ସହ ପ୍ରଶାସନିକ ଅଧିକାରୀ ଯାଇ ତଦନ୍ତ କରିବା ପରେ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ବିଗତ ଦିନରେ ଯେଉଁ ଖଣିମାଫିଆଙ୍କ ଉପରେ ଫାଇନ୍ ଲଗାଯାଇଥିଲା ତାହା ଆଦାୟ ହେବ ତ ? ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ତ ? କିଛି ଏମିତି ଚର୍ଚ୍ଚା ଭିତରେ କିନ୍ତୁ ଅଭିଯୋଗ ଯେଉଁ ନେତାଙ୍କ ବିରୋଧରେ ଆସିଛି ସେମାନଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

ଉଚ୍ଚ ଜୁଆର
9m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
12m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ