ଭଲ ଅମଳର ପ୍ରଲୋଭନ ଦେଖାଇ 40 ଲକ୍ଷ ଟଙ୍କା ନେଇ ଫେରାର ଡିଲର୍
by Argus News
Wed, Oct 02 | 5:15 p.m.

ନୂଆପଡା: ଖରା, ବର୍ଷାରେ ଏତେ ପରିଶ୍ରମ କରିଥିଲେ । ଆଉ ଏବେ ପରିଶ୍ରମ ଆଖି ସାମ୍ନାରେ ନଷ୍ଟ ହେଉଛି । ମୁଣ୍ଡରେ ହାତ ଦେଇ ଉପାୟ ଶୂନ୍ୟ ହୋଇ ଚାହିଁ ରହିଛି ଚାଷୀ । ଆମେ କହୁଛୁ ନୂଆପଡ଼ା ଜିଲ୍ଲା କଥା । ଭଲ ଅମଳ ପ୍ରଲୋଭନ ଦେଖାଇ ଚାଷୀଙ୍କୁ ଚୂନ ମାରି ଫେରାର ହୋଇଯାଇଛି ରାଜ୍ୟ ବାହାରର ସାର ଡିଲର୍ । ଦୁଇ ପଇସା ପାଇବା ଆଶାରେ ଡିଲରଠୁ ଜୈବିକ ସାର କିଣି ଏକର ଏକର ଜମିରେ କପା ଚାଷ କରିଥିଲେ ଚାଷୀ । ହେଲେ କପା ଗଛ ବଢୁନି କି ଫଳ ଆଉ ଫୁଲ ବି ଆସୁ ନାହିଁ । ନିରାଶ ହୋଇ ଅନ୍ୟ ଜାଗାରୁ ସାର ଆଣି କପାରେ ବ୍ୟବହାର କରିଥିଲେ । ତଥାପି ସୁଫଳ ମିଳିନାହିଁ । ଯାହାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ ।

ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ସୁକଳିମୁଡି, ସଲଙ୍ଗିପଡ଼ା, ବାବୁପାଲି ଭଳି ବିଭିନ୍ନ ଅଞ୍ଚଳରେ ଜୈବିକ ସାର ନାଁରେ ଠକେଇ କରିଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷୀଙ୍କୁ ଦୁଆର ମୁହଁରେ ସାର ଯୋଗାଇ ଦେବା ସହ କମ୍ ଦରର ପ୍ରଲୋଭନ ଦେଖାଇ 40 ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛି ସଂପୃକ୍ତ ଡିଲର୍ । ଘଟଣାର ଅନୁଧ୍ୟାନ ପାଇଁ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ କହିଛନ୍ତି ଭାରପ୍ରାପ୍ତ କୃଷି ଅଧିକାରୀ ।

ଏଠି ପ୍ରଶ୍ନ, କିଏ ସେଇ ଡିଲର୍ ? । ଟଙ୍କା ନେଇ ନିମ୍ନମାନର ସାର ଯୋଗାଇ ଚାଷୀଙ୍କୁ ଠକିବାର କିଏ ଦେଲା ସାହାସ ? ଘଟଣାର ତୁରନ୍ତ ତଦନ୍ତ କରି ସଂପୃକ୍ତ ଡିଲର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀଙ୍କ ଦାବି ।

 

NAVEEN PATNAIK
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ