୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ଆକଳନ
by Argus News
Mon, Apr 01 | 8:34 a.m.

ଅର୍ଗସ ବ୍ୟୁରୋ: 2047 ସୁଦ୍ଧା ଦେଶର ଅର୍ଥନୀତିରେ 8 ପ୍ରତିଶତ ବୃଦ୍ଧିର ଆକଳନ । ଗଲା 10 ବର୍ଷରେ ଦେଶରେ ଲାଗୁ ହୋଇଥିବା ଭଲ ନୀତି ଏବଂ ନୀତିରେ ସୁଧାର ଯୋଗୁ ଦେଶର ଅର୍ଥନୀତିରେ ଏଭଳି  ଅଭିବୃଦ୍ଧିର ଆଶା ଦେଖାଦେଇଥିବା କହିଛନ୍ତି ଆଇଏମଏଫରେ କାର୍ଯ୍ୟରତ ଭାରତର କାର୍ଯ୍ୟକାରୀ ନିର୍ଦେଶକ କ୍ରୀଷ୍ଣମୂର୍ତ୍ତି ଭେଙ୍କଟ ସୁବ୍ରମଣ୍ୟମ । 

ଭାରତ ଅର୍ଥନୀତିରେ ପୂର୍ବରୁ କେବେ ବି ୮% ଅଭିବୃଦ୍ଧି ହୋଇ ନ ଥିବା ବେଳେ ୨୦୪୭ ସୁଦ୍ଧା ୮% ଅଭିବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଏହି ଲକ୍ଷ୍ୟକୁ ଛୁଇଁବା ସମ୍ଭବପର ବୋଲି ସେ କହିଛନ୍ତି। ସୁବ୍ରମଣ୍ୟମ ଆହୁରି କହିଛନ୍ତି ଯେ ୧୯୯୧ ଠାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି ହାରାହାରି ୭%ରୁ ଅଧିକ ରହୁଛି। ଭାରତ ନିଜର ଘରୋଇ ଅର୍ଥ ବ୍ୟବସ୍ଥାକୁ ମଜବୁତ୍‌ କରିବା ଆବଶ୍ୟକ। କାରଣ ଜିଡିପିର ୫୮ ପ୍ରତିଶତ ଘରୋଇ ବ୍ୟବହାରରୁ ଆସିଥାଏ। ତେଣୁ ନିର୍ମାଣ କ୍ଷେତ୍ରରେ ଉତ୍ସାହ ସୃଷ୍ଟି ସହ ଉଦ୍ୟୋଗୀଙ୍କୁ ବ୍ୟାଙ୍କ ଋଣ ଦେଇପାରିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଘରୋଇ ବ୍ୟବହାର ବଢ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ ଭାରତ ଖବର...

WHOLE
12m ago
୨୪ ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପା
LIQUOR SEIZED
25m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
56m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ