୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
by Argus News
Sat, May 18 | 12:14 p.m.

ଆନନ୍ଦପୁର:  ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ ।  ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଆନନ୍ଦପୁର ଉପଖଣ୍ଡର ୫ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇଛି । 

୧୬୧୮ ଲିଟର ମହୁଲିମଦ ଜବତ କରାଯାଇଥିବାବେଳେ ୩୩୦ କୁଇଣ୍ଟାଲ ପୋଚ ନଷ୍ଟ କରାଯାଇଛି । ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର, ନନ୍ଦିପଦା, ସୋସୋ ଥାନାରେ ୧୩ଟି ମାମଲା ରୁଜୁ କରାଯାଇଛି । ନନ୍ଦପୁର ଥାନା ଅନ୍ତର୍ଗତ ମାଠିଆନେଣ୍ଡି, ହାଟସାହି,ପୁରୁଣାଘାଟି, ଘସିପୁରା ଥାନା ଅନ୍ତର୍ଗତ ମାର୍ଶାପାଳ, ଓସ୍ତପୁରା, ସୋସୋ ଥାନା ଅନ୍ତର୍ଗତ ଡଙ୍ଗାଚୁଆ, ମଧୁବନ, ଅନ୍ଧାରୀ, ନନ୍ଦିପଦା ଥାନା ଅଁରାଛକ, ଆଇତିପୁର ଛକ, ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁରରେ ଚଢ଼ଉ କରାଯାଇଥିଲା । 

ଚଢ଼ଉ ସମ୍ପର୍କରେ ଖବର ପାଇ ମଦ ମାଫିଆମାନେ ଖସି ପଳାଇଥିବା ସୂଚନା ମିଳିଛି । ଚଢ଼ାଉରେ ବିଭିନ୍ନ ଥାନାର ଅଧିକାରୀ ସାମିଲ ହୋଇଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ