ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ   
by Argus News
Sat, Jun 22 | 4:03 p.m.

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ବର ପଲେଇ (୫୬ ବର୍ଷ)। ମିଳିଥିବା ସୂଚନା ମୁତାବକ, ଖଗେଶ୍ବର ବାଣ ବ୍ୟବସାୟ କରୁଥିଲେ । ଆଜି ଅପରାହ୍ନ ୨ଟାରେ କୌଣସି କାରଣରୁ ବାଣ, ବାରୁଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥ‌ିବା ଅସ୍ଥାୟୀ ଘରେ ବିସ୍ଫୋରଣ ଘଟିଥିଲା ।

ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥ‌ିବା ବେଳେ ଖଗେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଖଗେଶ୍ବରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖ‌ିବାକୁ ପାଇଥିଲେ । ବାଣ ବିସ୍ଫୋରଣରେ ଅସ୍ଥାୟୀ ଘରର ଛପର ସମ୍ପୂର୍ଣ୍ଣ ଉଡ଼ି ଯାଇଛି । ବାଣ ବିସ୍ଫୋରଣର ସଠିକ୍ କାରଣ ଜଣା ପଡିନଥିବା ବେଳେ ସର୍ଟସର୍କିଟ୍ ଦ୍ୱାରା ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ଲାଣ୍ଟରେ ବିସ୍ଫୋରଣ
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍