ଭିସ୍ତାରା ଏୟାରଲାଇନ୍ସରେ ସଙ୍କଟ
by Argus News
Tue, Apr 02 | 4:29 p.m.

ଅର୍ଗସ ବ୍ୟୁରୋ: ଭିସ୍ତାରା ଏୟାର ଲାଇନସରେ ସଙ୍କଟ । ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ଫ୍ଲାଇଟର ଉଡାଣ ବାତିଲ ହୋଇଛି କିମ୍ବା ବିଳମ୍ବରେ ଚାଲିଛି । ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ୩୮ଟି ଭିସ୍ତାରା ବିମାନର ଉଡାଣ ବାତିଲ ହୋଇଛି । ମୁମ୍ବାଇରୁ ୧୫ଟି ବିମାନ, ଦିଲ୍ଲୀରୁ ୧୧ଟି ବିମାନ ଓ ବେଙ୍ଗାଲୁରୁରୁ ୧୧ଟି ବିମାନ ବାତିଲ କରାଯାଇଛି ।  ଗତକାଲି ୫୦ଟି ଭିସ୍ତାରା ବିମାନର ଉଡାଣ ବାତିଲ କରାଯାଇଥିବା ବେଳେ ୧୬୦ଟି ବିମାନ ବିଳମ୍ବ ଥିଲା । 

ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନ ବନ୍ଦରରେ ଅପେକ୍ଷା କରି ରହିଥିଲେ । ଭିସ୍ତାରା ଏୟାରଲାଇନସର ଅନେକ ବିମାନ ବାତିଲକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ। ବାତିଲ ଓ ବିଳମ୍ବର କାରଣ ସମ୍ପର୍କରେ ବିସ୍ତୃତ ରିପେୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବିମାନ କର୍ମଚାରୀଙ୍କ ଅଭାବ ସହ ଅନ୍ୟାନ୍ୟ କାରଣ ଯୋଗୁଁ ଉଡାଣ ପ୍ରଭାବିତ ହେଉଥିବା ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି । 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରାଜ୍ୟରେ ଲାଗୁ ହେବ
14m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର