ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ
by Argus News
Wed, Nov 08 | 7:48 a.m.

ବାଲେଶ୍ୱର: ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ l ଛତିଶଗଡ଼ରେ ମତଦାନ ବେଳେ ହୋଇଥିଲା ମାଓବାଦୀଙ୍କ IED ବିସ୍ଫୋରଣ । ସହିଦ ଯବାନ ଜଣକ ବାହାନଗା ବ୍ଲକ ଅନ୍ତର୍ଗତ ଗୋପାଳପୁର ଥାନା ଗୋପାଳପୁର ଗ୍ରାମର କରୁଣା କର ଶିଅଳଙ୍କ ପୁଅ ପ୍ରକାଶ ଚନ୍ଦ୍ର ଶିଅଳ l ନିର୍ବାଚନୀ ଡ୍ୟୁଟିରେ ମୁତୟନ ଥିଲେ ଜଣେ ଓଡ଼ିଆ ଯବାନ । ସୁକମା ଜିଲ୍ଲା ତୋଣ୍ଡମାରକା କ୍ୟାମ୍ପରେ ପାଟ୍ରୋଲିଂ ବେଳେ ବିସ୍ଫୋରଣ ହୋଇଥିଲା । ସେପଟେ ଯବାନ ପୁଅର ମୃତ୍ୟୁ ଖବର ପାଇ ପରିବାରଠୁ ଆରମ୍ଭ କରି ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । 

ଛତିଶଗଡ ବିଧାନଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ହେବ ଭୋଟ୍

ସୂଚନାଯୋଗ୍ୟ, ମଙ୍ଗଳବାର ଛତିଶଗଡରେ 20 ଆସନ ପାଇଁ ହୋଇଛି ମତଦାନ । 223 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏଭିଏମରେ ସିଲ୍ ହୋଇଛି । ନକ୍ସଲ ପ୍ରବଣ ୧୦ଟି ଆସନରେ ସକାଳ ୭ଟାରୁ ଦିନ ୩ଟା ଯାଏଁ ମତଦାନ ହୋଇଥିଲା,  ବାକି ଆସନରେ ସକାଳ ୭ଟାରୁ ଅପରାହ୍ନ ୫ ଟା ଯାଏଁ ମତଦାନ ହୋଇଥିବା ନେଇ ସୂଚନା ରହିଛି ।  ନକ୍ସଲ ପ୍ରବଣ 10 ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ଏଭଳି ଏକ ଅଘଟଣ ଘଟିଯାଇଛି । ସେପଟେ ୭୦  ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ଓ ଡିସେମ୍ବର ୩ ତାରିଖରେ ଭୋଟ ଗଣତି ହେବ ।


 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ