ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା
by Argus News
Mon, Sep 23 | 11:27 a.m.

ଭୁବନେଶ୍ୱର: ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା । ଆସନ୍ତକାଲି ହେବାକୁ ଥିବା ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି । ବନ୍ଦ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସୂଚନା । ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ବନ୍ଦ ପ୍ରତ୍ୟାହୃତ । ଭରତପୁର ଘଟଣାକୁ ନେଇ ଭୁବନେଶ୍ବରରେ ସକାଳ 6 ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଡାକରା ଦେଇଥିଲା ବିଜୁ ଜନତା ଦଳ ।

ସେପଟେ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଭରତପୁର ଘଟଣାର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା । 

ସରକାରଙ୍କ ପକ୍ଷରୁ କୁହାଯାଇଛି ମହିଳା ସମ୍ମାନ, ସୁରକ୍ଷା ଓ ଅଧିକାର ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଯତ୍ନବାନ ଅଛନ୍ତି। ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କେସ୍‌  କରାଯାଇଛି । ସଂପୃକ୍ତ ଯୁବକ ମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଇନ ଅନୁଯାୟୀ ଦୋଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି।

ଆହୁରି ପଢନ୍ତୁ ଓଡିଶା ଖବର...
 

କ୍ୟାଲସିୟମ
7m ago
କ୍ୟାଲସିୟମ ଅଭାବକୁ ଦୂର କରିବ ଏହିସବୁ ଜିନିଷ
ଅର୍ଗସ ବ୍ୟୁରୋ: ଆମ ହାଡ ଏବଂ ଗଣ୍ଠିକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ଏହାର ଅଭାବ ହେତୁ ଶରୀରରେ କେଉଁ ସମସ୍ୟା ଘଟେ ଏବଂ ଏହାର ଅଭାବକୁ ଦୂର କରିବା ପାଇ
‘ଲାପତା ଲେଡିଜ୍’
19m ago
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏ
ରାଇରଙ୍ଗପୁର
24m ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟର