ଜମୁଛି କଟକ ବାଲିଯାତ୍ରା : ପ୍ଲାଷ୍ଟିକ ଫୁଲ ସୌନ୍ଦର୍ଯ୍ୟରେ ବିଭୋର ଗ୍ରାହକ
by Argus News
Mon, Dec 04 | 9:56 p.m.

ଅର୍ଗସ ବ୍ୟୁରୋ : ଜମୁଛି କଟକ ଐତିହାସିକ ବାଲିଯାତ୍ରା । କିଣାକିଣି ସାଙ୍ଗକୁ ଖିଆପିଆର ମଜା ନେଉଛନ୍ତି ଦର୍ଶକ । ଏପଟେ ଦିନ ବଢିବା ସହିତ ଭିଡ ଆଉ ବ୍ୟବସାୟ ବି ବଢୁଛି । ଚଳିତ ଥର ବାଲିଯାତ୍ରାରେ ମୋଟ ୧୫ ଶହରୁ ଅଧିକ ଷ୍ଟଲ ପଡିଥିବା ବେଳେ ଅନେକ ବ୍ୟବସାୟୀ ବେପାର ପାଇଁ ଆସିଛନ୍ତି । 

ଚଳିତ ବର୍ଷ ବାଲିଯାତ୍ରାରେ ମନ ମୋହୁଛି ପ୍ଲାଷ୍ଟିକ ଫୁଲ । ଦୂରରୁ ସତସତିକା ଲାଗୁଥିଲେ ମଧ୍ୟ କିନ୍ତୁ ଏ ହେଉଛି ପ୍ଲାଷ୍ଟିକ ଫୁଲ । ପାଲଷ୍ଟିକ ଫୁଲ କିଣିବାରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଚଳିକ ବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳୁଛୁ ନାନା ପ୍ରକାରର ରଙ୍ଗ ବେରଙ୍ଗର ପ୍ଲାଷ୍ଟି ଫୁଲର ପସରା । ମୁମ୍ୱାଇ ଓ କୋଲକାତାରୁ ଆସିଥିବା ଭଳିକ ଭଳି ପ୍ଲାଷ୍ଟିକ୍ ଗୋଲାପ ସାଙ୍ଗକୁ, ଟ୍ୟୁଲିପ, ଡାଲିଆ ଓ ସୂର୍ଯ୍ୟମୁଖୀ ଭଳି ଫୁଲ ଦର୍ଶକଙ୍କ ମନ ମୋହୁଛି । ଦୂରରୁ ସତସତିକା ଲାଗୁଥିଲେ ମଧ୍ୟ ଏହି ପ୍ଲାଷ୍ଟିକ ଫୁଲର ଚାହିଦା ଏବେ ବାଲିଯାତ୍ରାରେ ବେଶ ଅଧିକ ରହିଛି । 

 

ଯିଏ ବି ବୁଲି ଆସୁଛି, ଏଠାରେ କିଛି ସମୟ ଠିଆ ହୋଇଯାଉଛି । ବାଲିଯାତ୍ରା ବୁଲିବା ସହ ଏହି ଷ୍ଟଲରୁ ଦେଖେଣା ହାରି ମାନେ ଫୁଲ ସହ ସେଲ୍ଫି ନେବା ସହ ଫୁଲ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । କିଛି ଦର୍ଶକ କୁହନ୍ତି ଫୁଲ ପ୍ରତି ସମସ୍ତ ଲୋକଙ୍କ ଦୁର୍ବଳତା ରହିଛି । ଏହି ଫୁଲ ଗୁଡିକ ଏତେ ସତେଜ ଓ ପ୍ରାକୃତିକ ଦିଶୁଛି ଯେ ଦୂରରୁ ଦେଖିଲେ ମନରେ ଅସଲି ଫୁଲର ଭ୍ରମ ସୃଷ୍ଟି କରୁଛି । ଦର୍ଶକ ମାନେ ଫୁଲକୁ ହାତମାରି ଦେଖିବା ସହ ଏହାକୁ ନେଇ ନିଜ ଘରକୁ ସଜାଇବା ପାଇଁ ପ୍ରାଥମିକତା ଦେଉଛନ୍ତି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ