କଟକ ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱର୍କ
by Argus News
Mon, Dec 04 | 4:33 p.m.

ଅର୍ଗସ ବ୍ୟୁରୋ : ସିତୁଆ ସନ୍ଧ୍ୟାରେ ଜମୁଛି ଐତିହାସିକ ବାଲିଯାତ୍ରା । ଲୋକେ ସିତୁଆ ସନ୍ଧ୍ୟାରେ କିଣାକିଣି କରିବା ସହ କରୁଛନ୍ତି ମଜାମସ୍ତି । ବିଭିନ୍ନ ଖାଦ୍ୟର ବି ନେଉଛନ୍ତି ମଜା । କିଣାକିଣି ବା ଖାଇବା ସାରିବା ପରେ ଲୋକେ ପେମେଣ୍ଟ କରିବାରେ ହେଉଛନ୍ତି ଅସୁବିଧା । କାରଣ ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱାର୍କ । ଯାହା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦର୍ଶକ ।      

ତେବେ ବାଲିଯାତ୍ରାରେ ଫେଲ ମାରିଛି ମୋବାଇଲ ନେଟୱର୍କ । ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି । ଅନ୍ୟପକ୍ଷରେ ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ସାଙ୍ଗରେ ଅଧିକ ପଇସା ନ ଆଣି ଅନଲାଇନ୍ ପେମେଣ୍ଟ କରିବାକୁ କମିଶନରେଟ୍ ପୋଲିସ୍ ଲୋକଙ୍କୁ ସଚେତନ କରିଛି । ହେଲେ ମୋବାଇଲାକୁ ନେଟୱର୍କ ଆସୁନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦର୍ଶକ । 

 

ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବା ବେଳେ ମୋବାଇଲ ନେଟୱର୍କ କାମ କରୁ ନଥିବାରୁ ବିଭିନ୍ନ ଅସୁବିଧାରେ ପଡ଼ୁଛନ୍ତି ଦର୍ଶକ । ଏପରିକି ୟୁପିଆଇ ପେମେଣ୍ଟ ପାଇଁ ସ୍କାନର ମେସିନ୍ ଅଛି, ହେଲେ ଇଣ୍ଟରନେଟ ନ ଥିବାରୁ ମୋବାଇଲ୍ ପେମେଣ୍ଟ କରିପାରୁ ନାହାନ୍ତି ଲୋକେ । ବାଧ୍ୟ ହୋଇ ଜିନିଷ କିଣି ନପାରି ଫେରି ଯାଉଛନ୍ତି ଦର୍ଶକ । ସେହିପରି ନେଟୱର୍କ ଆସୁ ନ ଥିବାରୁ ମୋବାଇଲ୍ ଫୋନରେ କଥା ହୋଇପାରୁନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ରାଜ୍ୟରେ ଲାଗୁ ହେବ
13m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର