ପୋଲିସ ଓ ସିଏମସି ଆଖିରେ ଧୂଳି ପକେଇ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ନିର୍ମାଣ
by Argus News
Fri, Dec 01 | 3:40 p.m.

ଅର୍ଗସ ବ୍ୟୁରୋ : କଟକରେ ବାଲିଯାତ୍ରା ସମୟରେ ବଢୁଛି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ । ପୋଲିସ ଓ କଟକ ମହାନଗର ନିଗମ ଆଖିରେ ଧୂଳି ପକେଇ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ନିର୍ମାଣକୁ ନେଇ ଉଠିଛି ତୁମ୍ବି ତୋଫାନ । ୬ ଟି ସ୍ଥାନରେ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହୋଇଥିବା ନେଇ କଟକ ଡିସିପିଙ୍କୁ ଚିଠି ଲେଖିଛି ସିଏମସି । ଏ ହେଉଛି କଟକ ମହାନଗର ନିଗମ ପକ୍ଷରୁ କଟକ ଡିସିପିଙ୍କୁ ଦିଆଯାଇଥିବା ଚିଠି । ୨୮ ନଭେମ୍ବର ୨୦୨୩ ରେ ଦିଆଯାଇଥିବା ଏହି ଚିଠିରେ ବାଲିଯାତ୍ରା ସମୟରେ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡକୁ ହଟେଇବା ପାଇଁ ଡିସିପିଙ୍କୁ ଅନୁରୋଧ କରିଥିଲା ସିଏମସି । 

ଗୋଟିଏ କି ଦୁଇଟି ନୁହେଁ ସମୁଦାୟ ୬ ଟି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହୋଇଥିବା ନେଇ ଏହି ଚିଠିରେ ଉଲ୍ଲେଖ ରହିଛି । ପୋଲିସ ଓ ସିଏମସି ଆଖିରେ ଧୂଳି ପକେଇ ବାଲିଯାତ୍ରା ସମୟରେ ଏପରି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହା ଉପରେ ତଦନ୍ତ କରାଯିବା ସହ ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

 

ଅନ୍ୟପଟେ ଏହି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡକୁ ନେଇ କଟକ ମହାନଗର ନିଗମର ୧୫ ନମ୍ବର ୱାର୍ଡରେ ତୁମ୍ବି ତୋଫାନ ହୋଇଛି । କଳାବିକାଶ କେନ୍ଦ୍ର ସମ୍ମୁଖରେ ସେହି ୱାର୍ଡ କର୍ପୋରେଟରଙ୍କ ତତ୍ତ୍ଵାବଧାନରେ ସିଏମସି ରଖିଥିବା ସ୍ଲାବକୁ ହଟେଇ ସେଠି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । 

କେବଳ ସେ ନୁହନ୍ତି କଳାବିକାଶ କେନ୍ଦ୍ର ପକ୍ଷରୁ ଏଭଳି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ହଟେଇବା ପାଇଁ ସିଏମସି କମିଶନରଙ୍କୁ ଚିଠି ଲେଖା ଯାଇଥିଲା । ଯାହାକୁ ନେଇ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଓ ପରେ ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି ଉଭୟ ୱାର୍ଡ କର୍ପୋରେଟର ଓ ଯୁବ ବିଜେଡ଼ି ନେତା । ଏଭଳି ବେଆଇନ ଗାଡ଼ି ପାର୍କିଂ ଷ୍ଟାଣ୍ଡ ଯୋଗୁଁ ସିଏମସି ରାଜସ୍ବ ହରାଉଥିବା ବେଳେ ଦେଖିବାକୁ ବାକି ରହିଲା ଏହା ଉପରେ କି ପଦକ୍ଷପ ନେଉଛି କମିଶନରେଟ ପୋଲିସ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ