ବିଜେଡିର ପ୍ରାର୍ଥୀତ୍ବକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ
by Argus News
Sat, Apr 27 | 5:44 p.m.

ଅର୍ଗସ ବ୍ୟୁରୋ : କଟକ ବାରବାଟୀ ବିଜେଡି ପ୍ରାର୍ଥୀ ପାଇଁ ନାହାଁନ୍ତି କଟକିଆ ନେତା । ଦୀର୍ଘ ୨୫ ବର୍ଷ ଧରି ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାମ କରୁଥିବା ନେତାଙ୍କ ଭରସାରେ ଏବେ ବିଜୁ ଜନତା ଦଳ । ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କଟକ ବାରବାଟୀ ଆସନ ପାଇଁ ବିଜେଡି ପ୍ରାର୍ଥୀ କରିବା ପରଠାରୁ ଏପରି ଢଙ୍ଗରେ ବିଜେଡ଼ିକୁ କାଉଣ୍ଟର କରିଛନ୍ତି କଟକ ବାରବାଟୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ । ଦୀର୍ଘ ୨୫ ବର୍ଷ ଧରି କଟକ ମାଟିରୁ ଜଣେ ଯୋଗ୍ୟ ନେତାଙ୍କୁ ବିଜେଡି ତିଆରି କରିପାରିଲା ନାହିଁ ବୋଲି କଟାକ୍ଷ କରିଛନ୍ତି ମୋକିମ । ଯାହାର ଉଚିତ୍ ଜବାବ କଟକ ସହରବାସୀ ଦେବେ ବୋଲି କହି ବିଜେଡିକୁ ଆଟାକ କରିଛନ୍ତି ମୋକିମ । କଟକ ମାଟିର ସ୍ୱାଭିମାନ, ସହରର ଉନ୍ନତି, ବିକାଶ ପାଇଁ ଏହି ଲଢେଇ ହେବ ବୋଲି ମୋକିମ କହିଛନ୍ତି । ଯାହାକୁ ନେଇ ଏବେ କଟକରେ ବିଜେଡି କଂଗ୍ରେସ ମଧ୍ୟରେ ଜୋର୍ ଧରିଛି ରାଜନୀତି । 

ଅନ୍ୟପଟେ ମୋକିମଙ୍କ ମନ୍ତବ୍ୟ ନେଇ ତାଙ୍କୁ କାଉଣ୍ଟର କରିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ମୋକିମ ନିଜେ କେନ୍ଦ୍ରାପଡାରୁ ଆସି କଟକ ସହରରେ ରାଜନୀତି କରି ଏଠୁ ବିଧାୟକ ହୋଇଛନ୍ତି । ଦେବାଶିଷ ନିଜେ କଟକ ମାଟିରେ ଜନ୍ମ ହୋଇ ତିର୍ତ୍ତୋଲରୁ ଲଢି ବିଧାୟକ ହୋଇଥିଲେ । ପ୍ରକାଶ ବେହେରାଙ୍କ ଘର କଟକ ସହରରରେ ଥିବା ବେଳେ ସେ ଷ୍ଟୁଆର୍ଟ କଲେଜ୍ ଛାତ୍ର ବୋଲି ଦେବାଶିଷ କହିଛନ୍ତି । ଦୀର୍ଘ ୫ ବର୍ଷ ଧରି ମୋକିମ କଟକ ପାଇଁ କଣ କରିଛନ୍ତି ବୋଲି ଦେବାଶିଷ ପ୍ରଶ୍ନ କରିଥିବା ବେଳେ ପେଟାନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ବକ୍ସ ଡ୍ରେନ କାର୍ଯ୍ୟ, ଜାଇକା ପ୍ରକଳ୍ପ, ନେତାଜୀ ବସ ଟର୍ମିନାଲ, ଶିଶୁ ଭବନର ନୂତନ ବିଲ୍ଡିଂ ନିର୍ମାଣ ଏହି ୫ ବର୍ଷ ମଧ୍ୟରେ ହୋଇଛି ବୋଲି କହିଛନ୍ତି ମହମ୍ମଦ ମୋକିମ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ କଟକ ବାରବାଟୀ ଆସନରେ ବିଧାୟକ ହୋଇଥିବା ନେତାଙ୍କ ରାଜନୈତିକ କ୍ୟାରିଅର କଟକ ସହରରୁ ହିଁ ଆରମ୍ଭ ହୋଇଥିଲା । ୧୯୫୧ ମସିହାରେ ଗଠନ ହୋଇଥିଲା କଟକ ସହର ବିଧାନସଭା ନିର୍ବାଚନ ମଣ୍ଡଳୀ । ପରେ ୨୦୦୯ ରେ ଏହା କଟକ ବାରବାଟୀ ଆସନ ହୋଇଥିଲା । ବୀରେନ ମିତ୍ର, ଭୈରବ ଚନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ବିଶ୍ଵନାଥ ପଣ୍ଡିତ, ସୟଦ ମୁସ୍ତାଫିଜ ଅହମଦ, ସମୀର ଦେ, ଦେବାଶିଷ ସାମନ୍ତରାୟ ଓ ମହମ୍ମଦ ମୋକିମ ଏମାନେ ସମସ୍ତଙ୍କ ରାଜନୈତିକ କ୍ୟାରିଅର କଟକ ସହର ମାଟିରୁ ହିଁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଜେଡି ଏହି ଆସନ ପାଇଁ ସାଲେପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହାକୁ ସହରବାସୀ କେତେଦୂର ପର୍ଯ୍ୟନ୍ତ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । 

PM
2m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
16m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
41m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍