ସାମ୍ବାଦିକଙ୍କୁ ଆକ୍ରମଣ : ୪ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ସଦର ଥାନା ପୋଲିସ
by Argus News
Wed, Apr 10 | 5:57 p.m.

ଅର୍ଗସ ବ୍ୟୁରୋ : କଟକ ସଦରରେ ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଅଭିଯୁକ୍ତ ହେଲେ ଚନ୍ଦନ ପାଲ୍, କ୍ଷୀରୋଦ ପାଲ୍‌, ନନ୍ଦନ ପାଲ୍‌, ପ୍ରେମାନନ୍ଦ ପାଲ୍ । ସମସ୍ତଙ୍କ ଘର କାଜିପାଟଣା ଅଞ୍ଚଳରେ । କଟକ ସଦର ଥାନା ଅଞ୍ଚଳରେ ସାମ୍ବାଦିକ ଆରିତ ମାହାପାତ୍ରଙ୍କୁ ବାଲି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିଲେ । 

ଗତକାଲି ରାତିରେ ଆରିତ ଘରକୁ ଫେରୁଥିବା ବେଳେ କାଜିପାଟଣା ଛକରେ ପାଞ୍ଚରୁ ଛଅ ଜଣ ବାଲି ମାଫିଆ ତାଙ୍କ ଉପରେ ଲୁହାରଡ଼ ଓ ପଥରରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ସାମ୍ବାଦିକଙ୍କ ହାତ ଗୋଡ଼ ଭାଙ୍ଗିବା ସହ ମୁଣ୍ଡ ଫାଟି ଯାଇଛି । ଏବେ ସେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୂର୍ବରୁ କାଜିପାଟଣା ଅଞ୍ଚଳରେ ଚୋରା ବାଲି ଚାଲାଣ ହେଉଥିବା ନେଇ ଆରିତ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ବାଲି ଚୋରା ଚାଲାଣ ବେଳର ଭିଡିଓ ଉତ୍ତୋଳନ କରିବା ବେଳେ ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଜୀବନରୁ ମରିଦେବାକୁ ମଧ୍ୟ ଧମକ ଦେଇଥିଲେ ବାଲି ମାଫିଆ ।
 

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି