କଟକର ଐତିହାସିକ ବାଲିଯାତ୍ରା , ସନ୍ଧ୍ୟା ହେଲେ ଜମୁଛି ଭିଡ଼
by Argus News
Wed, Nov 29 | 8:04 a.m.

ଅର୍ଗସ ବ୍ୟୁରୋ : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ମହାଦେଶର ସବୁଠାରୁ ବଡ଼ ଖୋଲା ଆକାଶ ବାଣିଜ୍ୟ ମେଳା ବୁଲି ମଜା ଦେଉଛନ୍ତି ଦର୍ଶକ । ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ଼  । ତେବେ ଏହାକୁ ଅଧିକ ଆକର୍ଷଣ କରିଛି ବାଲୁକା କଳା ପ୍ରଦର୍ଶନ । ଦର୍ଶକଙ୍କ ମନ ମୋହିବା ପାଇଁ ବାଲିଯାତ୍ରାରେ ଝଟକୁଛି ବାଲୁକା କଳା । ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଲୋକାଭିମୁଖୀ କରିବା ପାଇଁ ଚଳିତବର୍ଷ ବାଲିଯାତ୍ରାରେ ବାଲୁକା ଶିଳ୍ପ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ । 300 ଟନ ବାଲିରେ ତିଆରି ହୋଇଛି ସୁନ୍ଦର ବାଲୁକା କଳା ।  35ଫୁଟ ଉଚ୍ଚ ଓ 100 ଫୁଟ ଲମ୍ବର ଏହି ବାଲୁକା କଳା ପାଖରେ ଅଟକି ସେଲଫି ନେଉଛନ୍ତି ଲୋକେ। ଏଲଇଡି ଲାଇଟରେ ଏହାକୁ ସଜା ଯାଇଥିବାରୁ ଏହା ଲୋକଙ୍କୁ ବେଶ ଆକୃଷ୍ଠ କରୁଛି । 

ଅଧିକ ପଢନ୍ତୁ : ବାଲିଯାତ୍ରାରେ ଜମୁଛି ଲୋକଙ୍କ ଭିଡ଼

ବାଲିଯାତ୍ରାର ଆଉ ଏକ ଆକର୍ଷଣ ହେଉଛି ଉତ୍କଳର ପୁରୁଣା ଗାଥାକୁ ବହନ କରୁଥିବା ଆର୍ଟ ଗ୍ୟାଲେରୀ । ଏହି ଗ୍ୟାଲେରୀ ସ୍ଥାନ ପାଇଛି ଭଳିକି ଭଳିକି 60ଟି ଫୋଟୋ । ସେହିପରି ଅନ୍ୟ ଏକ ଆକର୍ଷଣ ହେଉଛି ସ୍ମୋକ ଆର୍ଟ । ଡିବି ଧୂଆରେ ଚିତ୍ର ଆଙ୍କି ଲୋକଙ୍କ ମନ କିଣିଛନ୍ତି କଟକ ପୁଅ ଦୀପକ ବିଶ୍ବାଳ । ଯାହାକୁ ଦେଖିବା ପାଇଁ ଲାଗୁଛି ଲମ୍ବା ଲାଇନ । 8 ଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବରେ ଝଲସୁଛି କଟକ ସହର । ସନ୍ଧ୍ୟା ହେଲେ ବାଲିଯାତ୍ରା ପଡିଆରେ ଜମୁଛି ଲୋକଙ୍କ ଭିଡ଼ ।

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021