Cyclone Breaking : ବାତ୍ୟାର ଟିକିନିଖି ଖବର
by Argus News
Tue, Oct 22 | 7:20 p.m.

ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ । କଲେଜ ଓ ବିଶ୍ଵବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ, ୧୪ ଜିଲ୍ଲାରେ କଲେଜ, ବିଶ୍ଵବିଦ୍ୟାଳୟ ବନ୍ଦ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା। ପୁରୀରୁ ପଶ୍ଚିମବଙ୍ଗର । ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼। ଏନେଇ ସୂଚନା ଦେଇଛନ୍ତି  ପାଣିପାଗ ବିଶେଷଜ୍ଞ ଶରତ ସାହୁ 

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ଶକ୍ତି ସଚିବଙ୍କ ସୂଚନା । ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି, ୧୦ ହଜାର ଷ୍ଟାଫ୍‌, ୮ ହଜାର ପୋଲ୍‌, ୫୦୦ ଟ୍ରାନ୍ସଫର୍ମର ରହିଛି । ୩୦୦ କିମି କଣ୍ଡକ୍ଟର ଓ କେବୁଲର ବ୍ୟବସ୍ଥା କରାଯାଇଛି

ବାତ୍ୟା ମୁକାବିଲା ପାଇଁ ମୁଣ୍ଡଳିରୁ ବାହାରିଲା NDRF ଟିମ୍। ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲା ଅଭିମୁଖେ ଯାଇଛନ୍ତି NDRFର ୧୦ଟି ଟିମ୍। ଆବଶ୍ୟକ ସରଞ୍ଜାମ ସହ ଗ୍ରାଉଣ୍ଡକୁ ଯାଇଛନ୍ତି

କେନ୍ଦ୍ରାପଡ଼ା ଲକ୍ଷ୍ମୀ ପୂଜାରେ ସମ୍ଭାବ୍ୟ ବାତ୍ୟା ପ୍ରଭାବ । ଆଜି ତୋରଣ ଖୋଲି କାଲି ସନ୍ଧ୍ୟା ସୁଦ୍ଧା ଭସାଣି ସାରିବାକୁ ନିର୍ଦ୍ଦେଶ । ସମସ୍ତ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ 

ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ବି ବାତ୍ୟା ମାଡ଼ । କାଲି ସୁଦ୍ଧା ତୋରଣ ଖୋଲିବାକୁ ପୂଜା କମିଟିକୁ ନିର୍ଦ୍ଦେଶ, ବାହାରୁ ଆସିଥିବା ବ୍ୟବସାୟୀଙ୍କୁ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ

ସାମଗ୍ରୀ ମହଜୁଦ ସହ କଳାବଜାରୀ ନେଇ ଯାଞ୍ଚ । ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କଳାବଜାରୀ ନକରିବା ପାଇଁ ତାଗିଦ କରାଯାଇଛି, ତାଗିଦ ପରେ ବି ନଶୁଣିଲେ ହେବ କାର୍ଯ୍ୟାନୁଷ୍ଠାନ । ସାମଗ୍ରୀ ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲେ ଅତିରିକ୍ତ SRC । ଆଜି ସୁଦ୍ଧା ୧୦ଟି ଅତିରିକ୍ତ ଟିମ୍‌ ପଠାଇବାକୁ ଚିଠି, ୧୦ଟି ଅତିରିକ୍ତ NDRF ଟିମ୍‌ ପଠାଇବାକୁ ଚିଠି । ରାଜ୍ୟ ବାହାରୁ ଆସିବେ ଅତିରିକ୍ତ ୧୦ଟି ଟିମ୍‌, ୧୦ଟି ଜିଲ୍ଲାରେ ମୁତୟନ ହେବେ ୨୦ଟି ODRAF ଟିମ୍

ପୁରୀରେ ୪ଦିନ ପାଇଁ ଜାରି ହୋଇଛି କଟକଣା । ବୁକିଂ ବାତିଲ କରି ଫେରିଯାଉଛନ୍ତି ପର୍ଯ୍ୟଟକ, ୪ ଦିନ ବୁକିଂ ଗ୍ରହଣ ନକରିବାକୁ ଅଛି ନିର୍ଦ୍ଦେଶ

ବରଗଡ଼ ଧନୁଯାତ୍ରାରେ କଂସ ସାଜୁଥିବା ହୃଷିକେଶ ଭୋଇ ନିଲମ୍ବିତ । ହୃଷିକେଶ ଭୋଇଙ୍କୁ ଚାକିରିରୁ ନିଲମ୍ବନ କଲେ ସିଡିଏମ୍‌ଓ, ମହାପ୍ରୟାଣ ଗାଡ଼ି ଡ୍ରାଇଭର ହୃଷିକେଶ ଭୋଇଙ୍କ ବିରୋଧରେ ଆକ୍ସନ
 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର