ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା `ଦାନା'
by Argus News
Mon, Oct 21 | 7:07 p.m.

ଅର୍ଗସ ବ୍ୟୁରୋ:  ମାଡ଼ି ଆସୁଛି ବାତ୍ୟା ଦାନା। ଓଡ଼ିଶାରେ ଲ୍ୟାଣ୍ଡଫଲ୍ ସମ୍ଭାବନା ନେଇ ବଡ଼ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଆଣ୍ଡାମାନ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । 23 ତାରିଖ ସକାଳେ ବାତ୍ୟାର ରୂପ ନେବ । 24 ତାରିଖ ସକାଳେ ଉତ୍ତର-ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ସମ୍ଭାବନା।

24 ତାରିଖ ରାତିରୁ 25 ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପ ମଝିରେ ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁଆର ଆସିପାରେ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ 25 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଅଛନ୍ତି ଆଜି ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି IMD ଡିଜି ।

କେଉଁ ଦିନ କେତେ ରହିବ ପବନର ବେଗ…..
ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ । 22 ତାରିଖରେ ପ୍ରାୟ ଘଣ୍ଟାପ୍ରତି 55ରୁ 65 ସର୍ବାଧିକ 75 କିଲୋମିଟର ବେଗ ରହିବ । 23 ତାରିଖରେ ଘଣ୍ଟାପ୍ରତି 80ରୁ 90 ସର୍ବାଧିକ 100 କିଲୋମିଟର । 24 ତାରିଖରେ ଘଣ୍ଟାପ୍ରତି 100ରୁ 110 ସର୍ବାଧିକ 120 କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ବାତ୍ୟା ଓ ବର୍ଷା ପାଇଁ କେଉଁ ଜିଲ୍ଲାକୁ ଆଲର୍ଟ.....

ବାତ୍ୟା ପ୍ରଭାବରେ 23ରୁ ତିନି ଦିନ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । 23 ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ରହିବ ।.... ଏହି 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି 24 ଓ 25 ତାରିଖ ଓଡ଼ିଶା ପାଇଁ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ଦୁଇ ଦିନ 10ରୁ 30 ସେମି ଯାଏଁ ବର୍ଷା ହୋଇପାରେ । 24 ତାରିଖରେ ଭୀଷଣ ବର୍ଷା ଲାଗି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ । ଏହି 7 ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । 25 ତାରିଖରେ ବି ଭୀଷଣ ବର୍ଷା ଲାଗି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏଥିସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ବାତ୍ୟା ଓ ବର୍ଷା ପ୍ରଭାବରେ ସମ୍ଭାବ୍ୟ କ୍ଷୟକ୍ଷତି.... 
ବାତ୍ୟା ଓ ବର୍ଷା ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇପାରେ କ୍ଷୟକ୍ଷତି । ବର୍ଷା ପାଣିରେ ବୁଡ଼ିପାରେ ରାସ୍ତାଘାଟ । ସହର ତଳି ଅଞ୍ଚଳରେ ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି । ବର୍ଷା ପାଣିରେ ବୁଡ଼ିପାରେ ସହରର ଅଣ୍ଡରପାସ୍ । କେତେକ ସ୍ଥାନରେ ଭୂସ୍ଖଳନ ହୋଇପାରେ । କଚ୍ଚା ଘର ସହ ଦୁର୍ବଳ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇପାରେ । ଗଛ ଡାଳ ଭାଙ୍ଗିବା ସହ ଗଛ ଉପୁଡ଼ିପାରେ । ବିଦ୍ୟୁତ୍ ସଂଯୋଗ ଓ ମୋବାଇଲ୍ ନେଟୱର୍କ ପ୍ରଭାବିତ  ହୋଇପାରେ । ପବନରେ ଛିଡ଼ା ହୋଇଥିବା ଫସଲ କ୍ଷତିଗ୍ରସ୍ତ ହୋଇପାରେ । ପନିପରିବା ଓ ଫୁଲ ଚାଷ କ୍ଷତିଗ୍ରସ୍ତ ହୋଇପାରେ । ନଦୀକୂଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତିଗଛ, ଡାଳ ଭାଙ୍ଗିପାରେ, ଉପୁଡିପାରେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ