ଭୋର୍‌ ଯାଏଁ ଚାଲୁ ରହିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
by Argus News
Fri, Oct 25 | 3:47 a.m.

ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ରାତି 12 ଟା 5 ରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ ଯାଏଁ ଚାଲୁ ରହିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ପବନର ବେଗ ଧିରେ ଧିରେ ବଢୁଛି । ଏବେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ 120 କିମି ରହିଛି । ବାଲେଶ୍ୱରୟ-ଭଦ୍ରକ-କେନ୍ଦ୍ରାପଡ଼ା-ଜଗତସିଂହପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । 

ଭିତରକନିକାରେ ବଢ଼ିଛି ବର୍ଷାର ପରିମାଣ । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି । ଭାଙ୍ଗିଲାଣି ବଡ ବଡ ଗଛ । ଧାମରାରେ ପବନର ବେଗ ବଢ଼ିବାରେ ଲାଗିଛି । ସୁ ସୁ କରି ଗର୍ଜନ କରୁଛି ପବନ । ଆଉ ବେଳେବେଳେ ଝଟକା ମଧ୍ୟ ଅନୁଭୁତ ହେଉଛି । ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି । ଏବେଠୁ ସକାଳ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ।

ସେପଟେ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରେସ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏଯାବତ ୫ ଲକ୍ଷ ୮୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଆହୁରି ପ୍ରାୟ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ୮୩୮୨ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି। ବାଲେଶ୍ବର ଜିଲାରେ ସର୍ବାଧିକ ୧.୭୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ମୟୂରଭଞ୍ଜରେ ଲକ୍ଷେ, ଭଦ୍ରକରେ ୭୫ ହଜାର ସ୍ଥାନାନ୍ତର କରାଯାଇଛି। ଯାଜପୁରରେ ୬୦ ହଜାର, କେନ୍ଦ୍ରାପଡ଼ାରେ ୪୬ ହଜାର ସ୍ଥାନାନ୍ତର ହୋଇଛନ୍ତି। ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲ।ସେଥିମଧ୍ୟରୁ ପ୍ରାୟ ୧୬ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବାତ୍ୟା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା କରିଛି। ଆମର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

 

HOROSCOPE
27m ago
ଆଜି ଏହି 3 ରାଶି ପାଇଁ ଭାରି ବିପଦ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ପାରିବାରିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦୂରେଇ ଚାଲିଯାଇଥିବା ବନ୍ଧ
CYCLONE DANA
ଆହୁରି 1 ରୁ 2 ଘଣ୍ଟା ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ସ୍ଥଳ ଭାଗ ପ୍ରବେଶ କରୁଛି ବାତ୍ୟାର ଶେଷ ଅଂଶ । ଆହୁରି 1 ରୁ 2 ଘଣ୍ଟା ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଘଣ୍ଟାକୁ 12 କିମି ବେଗରେ ଅତିକ୍ରମ କରୁଛି ବାତ୍ୟା
CYCLONE DANA
ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ବୋହୁଛି । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହୁଛି । ପବନ ପ୍ରଭାବରେ ଭିତରକନିକାରେ ଉଠିଲା ଜୁଆର । ଆଉ କିଛ