ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି
by Argus News
Fri, Dec 01 | 7:32 p.m.

ଅର୍ଗସ ବ୍ୟୁରୋ : ଦକ୍ଷିଣ - ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ସୂଚନା ଦେଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ତଥ୍ୟ ଅନୁଯାୟୀ ଡିସେମ୍ବର ୩ ତାରିଖ ଅପରାହ୍ଣ ସୁଦ୍ଧା ପୂର୍ବ ତାମିଲନାଡୁରୁ ଉପକୂଳର ୪୦୦ କିମି ଦୂରରେ ଏହି ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଉତର-ପ୧⁄୨ମ ଦିଗରେ ଗତି କରିବା ସହ ଡିସେମ୍ବର ୪ ତାରିଖ ରାତି କିମ୍ବା ଡିସେମ୍ବର ୫ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶର ମଛଲିପଟନମ୍ ଠାରେ ଉପକୂଳ ଅତିକ୍ରମ କରିବ ବୋଲି ସିଇସି ପ୍ରକାଶ କରିଛି । ପରବର୍ତ୍ତୀ ସମୟରେ ଏହା ନିଜର ଗତିପଥ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ସ୍ଥଳ ଭାଗରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି , ଗଞ୍ଜାମ୍‌ରେ ଡିସେମ୍ବର ୫ ତାରିଖରେ ପବନର ବେଗ ଘଂଟା ପ୍ରତି ୭୫ କିମି ରହିବାର ସମ୍ଭାବନା ରହିଛି । ଏଥି ସହିତ ଏହି ସବୁ ଜିଲ୍ଲା ସମେତ କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି କହିଛି ।

ଏହି ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବର ୫ ଓ ୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ବେଳେ ଡିସେମ୍ବର ୫ ରୁ ୭ ତାରିଖ ମଧ୍ୟରେ ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କଟକ ଜିଲ୍ଲା ସମେତ ଏହାର ନିକଟବର୍ତ୍ତୀ ଅଂଚଳଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ, ପ୍ରବଳ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସିଇସି କହିଛି ।

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି