ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଚୋଁଗ୍' ; ୯୦ରୁ ୧୦୦ କିମି ବେଗରେ ବହିବ ପବନ
by Argus News
Mon, Dec 04 | 10:42 a.m.

ଅର୍ଗସ ବ୍ୟୁରୋ: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଚୋଁଗ୍' । ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍‌ କରିବା ଆଶଙ୍କା । ଏହି ସମୟରେ ପବନରେ ବେଗ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ରହିବ । ବର୍ତ୍ତମାନ ଏହି ବାତ୍ୟା ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଚୋଁଗ୍' । ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଜୋରରେ ପବନ ସାଙ୍ଗକୁ ବର୍ଷା ହେଉଛି ।  

କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍‌ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ । ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।  ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍‌ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍‌ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।

୫ରେ ଅତି ପ୍ରବଳ ବର୍ଷା
 

ଟର୍ଣ୍ଣିଂ ପଏଣ୍ଟ
8m ago
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
29m ago
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
40m ago
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019