ସ୍ଥଳଭାଗ ଛୁଉଁଛି 'ମିଗଜୋମ୍'
by Argus News
Tue, Dec 05 | 1:31 p.m.

ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟା ‘ମିଗ୍‌ଜୋମ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ରଉପକୂଳରେ ମାଡ ହେବ ମିଗଜୋମ୍ ।  ଲ୍ୟାଣ୍ଡଫଲ୍‌ ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ବାତ୍ୟା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେପଟେ `ମିଗଜୋମ୍' ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ଜଳମଗ୍ନ ପୁରା ସହର । ଯେଉଁଠି ଦେଖିବେ ପାଣି ହିଁ ପାଣି । ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି । ପାଣି ସୁଅରେ କାର୍‌ ବି ବର୍ତ୍ତିପାରିନି । ପ୍ରଖର ସୁଅରେ ଅନେକ କାର ଓ ଯାନବାହାନ ଭାସି ଯାଇଛି । ଟ୍ରେନ, ମେଟ୍ରୋ ଟ୍ରେନ ବାତିଲ ସହ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଛାତିଏ ଉଚ୍ଚର ପାଣି । ଘରେ ବି ପଶିଛି ପାଣି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । 6 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । 

ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା, ଭାଙ୍ଗିଲାଣି ବଡ ବଡ ଗଛ
 

ଚନ୍ଦାହାଣ୍ଡି ଘାଟିରେ
28m ago
ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୮ ଆହତ
ଅର୍ଗସ ବ୍ୟୁରୋ: ଝରିଗାଁ ଚନ୍ଦାହାଣ୍ଡି ଘାଟି ଠାରେ ଦୁର୍ଘଟଣାରେ କୋଡିଏରୁ ଉର୍ଦ୍ଧ୍ବ ଆହତ ଅବସ୍ଥାରେ ଝରିଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସାନଭାରଣ୍ଡ
ଲକ୍ଷ୍ମୀ ବସ
40m ago
ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଙ୍ଗ
ମୟୂରଭଞ୍ଜ: ଲକ୍ଷ୍ମୀ ବସରେ ଅସୁରକ୍ଷିତ ମହିଳା। କାରଣ ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଙ୍ଗ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉର୍ମଳ ଛକ ନିକଟରେ। ଉଦଳା ରୁ ବହୁବନ୍ଧ
ବଜ୍ରପାତରେ
48m ago
ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ
ଅର୍ଗସ ବ୍ୟୁରୋ: ଗତକାଲି ବିଳମ୍ବିତ ରାତିରେ ହୋଇଥିବା କାଳ ବୈଶାଖୀ ବର୍ଷା ସାଙ୍ଗକୁ ବଜ୍ରପାତରେ ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡା