ଅତି ଭୀଷଣ ରୂପ ନେଇ ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ
by Argus News
Tue, Dec 05 | 7:27 a.m.

ଅର୍ଗସ ବ୍ୟୁରୋ: ଅତି ଭୀଷଣ ରୂପ ନେଇ ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମିଗଜୋମ । ଘଣ୍ଟା ପ୍ରତି ବେଗ ରହିଛି ୧୧ କିଲୋମିଟର । ଆଜି ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶର ନେଲୋର ଏବଂ ମଚ୍ଛଲିପଟନମ୍ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ ଏବଂ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଝଟକା ପବନ ବହିବା ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ନିଜର ରୂପ ଦେଖାଇଛି ବାତ୍ୟା । ପ୍ରବଳ ବର୍ଷାରେ ବେହାଲ ହୋଇଛି ଚେନ୍ନାଇ । ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି ।

ପାଣି ସୁଅରେ କାର ବି ବର୍ତ୍ତିପାରିନି । ପ୍ରଖର ସୁଅରେ ଅନେକ କାର ଓ ଯାନବାହାନ ଭାସି ଯାଇଛି । ଟ୍ରେନ, ମେଟ୍ରୋ ଟ୍ରେନ ବାତିଲ ସହ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଓଡିଶା ବାତ୍ୟାର କୌଣସି ସିଧା ପ୍ରଭାବ ପଡିବନି । କିନ୍ତୁ ଆଜି ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ମଧ୍ୟ ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୭ ତାରିଖ ବେଳକୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାରେ ଓଡ୍ରଫ୍ ଟିମ୍ ଏବଂ ଅତିରିକ୍ତ ଭାବେ ଅଗ୍ନିଶମ ଦଳ ମଧ୍ୟ ମୁତୟନ କରାଯାଇଛି । ସବୁ ଜିଲ୍ଲାପାଳ ଏବଂ ଆରଡିସି ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହାସହ କୃଷି, ସମବାୟ, ଶକ୍ତି ବିଭାଗକୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି ଏସଆରସି । ଅନ୍ୟପଟେ ପ୍ରବଳ ବର୍ଷାର ସମ୍ଭାବନା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬୦ଟି ଟ୍ରେନ ବାତିଲ କରିଛି ଇଷ୍ଟ କୋଷ୍ଟ ରେଲୱେ । ୨୪ ଘଣ୍ଟିଆ ଏମର୍ଜେନ୍ସି କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ବାତ୍ୟା ଏବଂ ବର୍ଷା ପରବର୍ତ୍ତୀ ସ୍ଥିତି ଉପରେ ନଜର ରଖିଛି ପୂର୍ବତଟ ରେଳବାଇ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ