‘ଦାନା’ ଅପଡେଟ୍ : ସନ୍ଧ୍ୟା ପରେ ଧୀରେ ଧୀରେ କମିବ ବର୍ଷା ପ୍ରକୋପ
by Argus News
Fri, Oct 25 | 4:22 p.m.

ଅର୍ଗସ ବ୍ୟୁରୋ: ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ‘ଦାନା’ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ବାତ୍ୟା ଦାନା ଏବେ ୭ କିଲୋମିଟର ଗତିରେ ଆଗକୁ ବଢୁଛି । ଭଦ୍ରକ ଠାରୁ ୪୦ କିଲୋମିଟର ଦୂର ଉତ୍ତର ଉତ୍ତର-ପୂର୍ବରେ ଅବସ୍ଥିତ ରହିଛି । ଧାମରା ଠାରୁ ମଧ୍ୟ ୭୦ କିଲୋମିଟର ଦୂର ଉତ୍ତର ଉତ୍ତର-ପଶ୍ଚିମରେ ବାତ୍ୟା ଦାନା ରହିଛି । ବାତ୍ୟା ପ୍ରଭାବରେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ୭୦ରୁ ୮୦ କି.ମି. ବେଗରେ ପବନ ବହୁଛି । ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ୫୦ରୁ ୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିଭଳି ଢେଙ୍କାନାଳ, କଟକ, କେନ୍ଦୁଝର ଏବଂ ଜଗତସିଂହପୁର ମଧ୍ୟ ୪୦ରୁ ୫୦ କି.ମି. ବେଗରେ ପବନ ବହିବ । 

ଲ୍ୟାଣ୍ଡଫଲ ସମୟରେ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏହି କାରଣରୁ ଉଭୟ ଜିଲ୍ଲାରେ ଅନେକ ସ୍ଥାନରେ ପାଣି ଜମାହୋଇ ରହିଛି । ଏହି ଦୁଇଟି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଶୁକ୍ରବାର ସକାଳୁ ଏପର୍ଯ୍ୟନ୍ତ ଚାନ୍ଦବାଲିରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇସାରିଲାଣି । ବାତ୍ୟା ପ୍ରଭାବରେ ଏବେ ମଧ୍ୟ ବର୍ଷା ଏବଂ ପବନ ଜାରି ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ପରେ ବର୍ଷାର ପ୍ରକୋପ ଧୀରେ ଧୀରେ କମିବ। ଯେହେତୁ ବାତ୍ୟାର ଉଭୟ ପାର୍ଶ୍ବରେ ଦୁଇଟି ଆଣ୍ଟି-ସାଇକ୍ଲୋନିକ୍ ସର୍କୁଲେସନ ରହିଥିଲା । ଏହା ଫଳରେ ବାତ୍ୟା ଦୁର୍ବଳ ହୋଇଗଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା