ସୃଷ୍ଟି ହୋଇନାହିଁ ଦାନାର ଆଖି
by Argus News
Thu, Oct 24 | 4:56 p.m.

ଅର୍ଗସ ବ୍ୟୁରୋ: ଲ୍ୟାଣ୍ଡଫଲ୍ ପୂର୍ବରୁ ଆଇଏମଡ଼ି ଡିଜି ବାତ୍ୟା ସଂପର୍କରେ ଦେଲେ ସବିଶେଷ ସୂଚନା । ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ଭୀଷଣ ବାତ୍ୟା ଦାନାର ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ଆଖି । ହେଲେ ଆଜି ରାତି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଧରାତିରୁ ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଚାଲିବ। ବାତ୍ୟା ଅଧିକ ଶକ୍ତିଶାଳୀ ହେଲେ ତାର ଆଖି ସୃଷ୍ଟି ହୋଇଥାଏ । କିନ୍ତୁ ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଚି ହୋଇନାହିଁ । ଆଇଏମଡିର ପୂର୍ବାନୁମାନ ଅନୁସାରେ, ଲ୍ୟାଣ୍ଡଫଲ ସମୟରେ ସର୍ବାଧିକ ପବନର ବେଗ ୧୨୦ ଭିତରେ ସୀମିତ ରହିବ । ବର୍ତ୍ତମାନ ବଙ୍ଗୋପସାରରେ ବାତ୍ୟା ଦାନାର କେନ୍ଦ୍ରସ୍ଥଳରେ ପବନର ବେଗ ସର୍ବାଧିକ ୧୦୫ ରହିଥିବା ବେଳେ ଓଡ଼ିଶା ଉପକୂଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ବହୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

DANA UPDATE
54m ago
'ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ'
ଭଦ୍ରକ: ଧାମରାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ, ଲୋକଙ୍କ ସୁରକ୍ଷା ଆମର ପ୍ରାଥମିକତା, ଜିରୋ କାଜୁଆଲଟ
CYCLONE UPDATE
ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’
ଅର୍ଗସ ବ୍ୟୁରୋ: ପାରାଦୀପ ଠାରୁ 150 କି.ମି ଦୂରରେ ବାତ୍ୟା ଦାନା । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ଗତ ୬ ଘଣ୍ଟାରେ ୧୦ କି.ମି ବେଗରେ ଗତି କରୁଛି । ପାରାଦୀପ
CYCLONE DANA
Cyclone Breaking : ଧୀରେ ଧୀରେ ଉତ୍ପାତ କଲାଣି ସମୁଦ୍ର
ଅର୍ଗସ ବ୍ୟୁରୋ: ୩ ଜିଲ୍ଲାରେ ବେଶୀ ପବନ ହେବ କହିଲେ IMD ଡିଜି । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବରରେ ବେଶୀ ପବନ ହେବ । ଏହି ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ । ଏବ