ଗଛ ଉପରେ ଚଢ଼ି ମହିଳାଙ୍କ ବଲିଉଡ ସଙ୍ଗରେ ଜବରଦସ୍ତ ଡ୍ୟାନ୍ସ
by Argus News
Fri, Apr 12 | 6:39 p.m.

ଅର୍ଗସ ବ୍ୟୁରୋ: ଗଛ ଉପରେ ଚଢ଼ି ଜଣେ ମହିଳାଙ୍କ ଅଜବ ନୃତ୍ୟ। ତାହା ପୁଣି ପୁରୁଣା ବଲିଉଡ ସଙ୍ଗରେ। ବଲିଉଡ ପାଇଁ ସତରେ ଲୋକଙ୍କର କ୍ରେଜ କହିଲେ ନ ସରେ। ଆପଣ ବିଶ୍ବାସ କରିପାରୁ ନାହାନ୍ତି ନା କିନ୍ତୁ କଥାଟା ସତ। ଜଣେ ମହିଳା ଏକ ଗଛର ଶୀର୍ଷ ଡାଳକୁ ଯାଇ ବଲିଉଡ ସଙ୍ଗରେ ଠୁମକା ଲଗାଉଛନ୍ତି। ପୁରୁଣା ୯୦ ଦଶକର ଗୀତ `ଚେନ ମେରା ତୁନେ ଲେଲିଆ' ସଙ୍ଗରେ ମହିଳାଙ୍କ ଜବରଦସ୍ତ ଡ୍ୟାନ୍ସ। ସତରେ ମହିଳାଙ୍କ ଅଦ୍ଭୁତ ଟ୍ୟାଲେଣ୍ଟ। 

ସେଥିରେ ପୁଣି ସେ ଭାରି ଭରକମ ଲେହେଙ୍ଗା ପିନ୍ଧିଛନ୍ତି। ଏହି ନୃତ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କଥା ହେଉଛି ଫଲୋର୍ସ ପାଇବାକୁ ଆଜିକାଲି ଲୋକେ କିଛି ବି କରୁଛନ୍ତି। ଏମିତି କି ବିପଦ ମୁହଁକୁ ଯିବାକୁ ବି ଲୋକେ ପଛାଉ ନାହାନ୍ତି। ସେ ଯେଉଁଠି ନାଚୁଛନ୍ତି ଥରେ ବି ଭାବୁ ନାହାନ୍ତି ପଡ଼ିଲେ କଣ ଅବସ୍ଥା ହେବ। ଏଭଳି ଦୟା କରି କରନ୍ତୁ ନାହିଁ। ଲାଇକ ଏବଂ ଭ୍ୟୁଜ ପାଇଁ ବିପଦ ମୁହଁକୁ ଯାଆନ୍ତୁ ନାହିଁ। 

ଅଧିକ ପଢ଼ନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ