ଶୀତ ଆସିଛି : ଚାଲ ଯିବା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି
by Argus News
Wed, Dec 06 | 9:01 p.m.

ଅର୍ଗସ ବ୍ୟୁରୋ : ଆସିଛି ଶୀତ । ଆଣିଛି ଅଜସ୍ର ଉନ୍ମାଦନା । ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ । କୋଳାହଳମୟ ପରିବେଶଠୁ ଦୂରରେ କେଇଘଣ୍ଟା ହଜିଯିବାକୁ ପର୍ଯ୍ୟଟକଙ୍କୁ ହାତଠାରି ଡାକୁଛି ପର୍ଯ୍ୟଟନସ୍ଥଳୀ । ଶୀତ ଆରମ୍ଭରେ ପର୍ଯ୍ୟଟକଙ୍କ ମନ ମୋହୁଛି ଦାରିଙ୍ଗବାଡ଼ିର ମନୋରମ ପ୍ରାକୃତିକ ଦୃଶ୍ୟ । ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା । ଜିଲ୍ଲାର ଦାରିଙ୍ଗବାଡ଼ି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । 

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଛି । ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିବା ସହ ଶୀତର ମଜାନେବାକୁ ଦାରିଙ୍ଗବାଡ଼ିରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ସବୁଜିମାରେ ଭରପୁର ଦାରିଙ୍ଗବାଡି । ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁଉଚ୍ଚ ପାହାଡ, ଆଉ ତାରି ଭିତରେ କୁଳୁକୁଳୁ ହୋଇ ବହି ଯାଉଛି ଝରଣା । ପ୍ରତିବର୍ଷ ପର୍ଯଟକଙ୍କୁ ଆକର୍ଷିତ କରୁଛି ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟ । 

 

ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ହିଲଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ । ଚଳିତ ବର୍ଷ ମଧ୍ୟ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ ଜମିଛି । କିଏ ସେଲ୍ଫି ନେଉଛି ତ ଆଉ ନିଜର ସ୍ମୃତି ସାଉଁଟିଛି । ସେହିପରି ଆଉ କିଏ ଶୀତୁଆ ସକାଳର ଭରପୁର ମଜା ନେଉଛନ୍ତି  l 

ଦାରିଙ୍ଗବାଡି ବ୍ଲକରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ । ସେ ମଧ୍ୟରୁ ଦାରିଙ୍ଗବାଡିର ମିଦୁବାନ୍ଦା ଜଳ ପ୍ରପାତ, କଫି ବଗିଚା , ଶିଶୁ ଉଦ୍ୟାନ ହିଲ ଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ, ଏମୁପକ୍ଷୀ ପାର୍କ, କିସୁବାଡ଼ି ଜଳ ପ୍ରପାତ, ସନସେଟ ପଏଣ୍ଟ ଭଳି ଅନେକ ମନୋରମ ସ୍ଥାନ । ସେଗୁଡ଼ିକୁ ଦେଖି ପର୍ଯ୍ୟଟକ ମାନେ ଖୁବ ଆନନ୍ଦ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି । ଦିନକୁ ଦିନ ଦାରିଙ୍ଗବାଡି ଅଞ୍ଚଳରେ ଶୀତ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଆଗାମୀ ଦିନରେ ଆହୁରି ପର୍ଯ୍ୟଟକଙ୍କ ବୃଦ୍ଧି ପାଇବ ।

ଦୀର୍ଘ 4 ବର୍ଷ
2m ago
ଦୀର୍ଘ 4 ବର୍ଷ ପରେ ଲଦାଖ ସୀମାକୁ ଫେରୁଛି ଶାନ୍ତି
ଅର୍ଗସ ବ୍ୟୁରୋ: ଲଦାଖ ସୀମାରେ ପରସ୍ପରକୁ ମିଠା ବାଣ୍ଟି ଶାନ୍ତି ସନ୍ଦେଶ ଦେଉଛନ୍ତି ଭାରତ-ଚୀନ ଯବାନ । ଯେଉଁ ଦୃଶ୍ୟ ଉଭୟ ଦେଶର ସମ୍ପର୍କର ବଡ଼ ସାକ୍ଷୀ ହୋଇଛି । ବଦଳିଛି ସୀମା ସ୍ଥିତି
ସୁଭଦ୍ରା ଯୋଜନାରେ
16m ago
ସୁଭଦ୍ରା ଯୋଜନାରେ ଖୁବଶୀଘ୍ର ଯୋଡିହେବେ ବାଦ ପଡିଥିବା ହିତାଧିକାରୀ
ଅର୍ଗସ ବ୍ୟୁରୋ: ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି କଟିଯାଇଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ପୁଣି ପ୍ରସ୍ତୁତ ହେବ ସୁଭଦ୍ରା ଗାଇଡଲାଇନ। କଟି ଯାଇଥିବା ହିତାଧିକାରୀ ପୁଣି ହେବେ ସାମିଲ
ଏମକେସିଜି ମେଡିକାଲରେ
21m ago
ଏମକେସିଜି ମେଡିକାଲରେ ଚାଲିଛି ୬ ଗୁରୁତରଙ୍କ ଚିକିତ୍ସା
ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍ଗା ଗାଁରେ ଆମ୍ବ ଟାକୁଆର ଜାଉ ଖାଇ ଦୁଇଜଣଙ୍କ ଜୀବନ ଯାଇଛି । 6 ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ପାଇ