ମୃତ୍ୟୁ ହୋଇଯାଇଥିବା ଲୋକଙ୍କ ସହ ଭେଟଘାଟ
by Argus News
Sun, Feb 11 | 1:07 p.m.

ନୂଆଦିଲ୍ଲୀ: ମରିଯାଇଥିବା ଲୋକଙ୍କ ସହ ସାକ୍ଷାତ ଏବଂ କଥାବାର୍ତ୍ତ କରୁଛନ୍ତି ଆତ୍ମୀୟ ସ୍ୱଜନ। ଟଙ୍କା ଦେଇ  ମୃତ ସମ୍ପର୍କୀୟଙ୍କୁ  ପୁନର୍ଜିବିତ କରୁଛନ୍ତି ଲୋକେ।  ଏ ଖରବର ଟି ଶୁଣିଲା ପରେ ଆପଣଙ୍କୁ  ତାଜୁବ ଲାଗୁଥିବ । ଭାବୁଥିବେ ଏହା କିପରି ସମ୍ଭବ।   ହଁ ଆଜ୍ଞା ଏପରି ହେଉଛି ତାହା ପୁଣି ଚିନ୍‌ ରେ। 

କିପରି କରୁଛନ୍ତି ମୃତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ?

ମୃତ ବ୍ୟକ୍ତିର ସମସ୍ତ ତଥ୍ୟ ସହ ଏକ ପ୍ରୋଫାଇଲ ତିଆରି କରିବାକୁ ପଡିଥାଏ। କଥା କହୁଥିବା  ଏକ କ୍ଲୋନ  ପ୍ରସ୍ତୁତ ମଧ୍ୟ ହୋଇଥାଏ ।  ଏହା ପରେ ଡିଜିଟାଲ୍ ପୋଟ୍ରେଟ୍ ଏକ 3D ଡିଜିଟାଲ୍ ଇମେଜ୍ ସୃଷ୍ଟି  କରେ। ଯାହା ସହ ପରିବାର କଥା ହେବେ।  କିଛି ଦିନ ହେବ ଚୀନରେ ଏପରି ଏକ ଭିନ୍ନ  ପ୍ରଥା ଚାଲିଛି। ଏଥିପାଇଁରେ ଲେକମାନେ ଟଙ୍କା ଦେଇ  ମୃତବରଣ କରିଥିବା  ଆତ୍ମୀୟସ୍ୱଜନଙ୍କ ଏଆଇ ଅର୍ଥାତ  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତିଆରି କରୁଛନ୍ତି।  ଏଥିପାଇଁ ୫୦୦୦ ଏବଂ ୧୦.୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ। ମୃତକଙ୍କ ଏହି ଏଆଇ ଅବତାର ସହ ପ୍ରିୟଜନ ଘଣ୍ଟା ଘଣ୍ଟା କଥା ହେଉଛନ୍ତି। ସୁଖ, ଦୂଃଖ ସେୟାର କରୁଛନ୍ତି।   ଯେମିତି ବଞ୍ଚିଥିବାଳେ କଥାବର୍ତ୍ତା ହେଉଥିଲେ ଠିକ ସେମିତି ପ୍ରିୟଜନ ମାନେ ମରିଯାରିଥିବା ବ୍ୟକ୍ତିର ଶରୀରର ସୁଖ ଦୁଃଖ ହେଉଛନ୍ତି। ମୃତ ବ୍ୟକ୍ତି ମଧ୍ୟ ଜିଅନ୍ତା ଭଳି କଥା ବାର୍ତା କରୁଛି।  

ଏହି  ନିଆରେ ପଦ୍ଧତି ଏବେ ବହୁତ ଲୋକପ୍ରୀୟ ହେବାରେ ଲାଗିଛି।  ସାଉଥଚାଇନା ମର୍ଣ୍ଣିଙ୍ଗ  ପୋଷ୍ଟର  ରିପୋର୍ଟ ଅନୁସାରେ ଚୀନରେ ଏହା ଘୋଷ୍ଟ ବାଟ୍‌ ଭାବେ ପରିଚିତ।  ଏହା ଏବେ ଏତେ ପ୍ରଶିଦ୍ଧ ହୋଇଛି ଯେ କିଏ  ତାର ମୃତ ପ୍ରେମୀକାର ଏଆଇ ତିଆରି କରୁଛି ତ ଆଉ କିଏ ମୃତ ସ୍ତ୍ରୀର ଏଆଇ   କରି କଥା ହେଉଛି। ଆଉ କିଏ  ମୃତ ବାପା ମାଙ୍କର ଏଆଇ କରି ସୁଖ ଦୁଃଖ  ହେଉଛନ୍ତି। ଏଥିପାଇଁ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି।  କେହି କେହି ତ ଲକ୍ଷାଧିକ ଟଙ୍କା ଏଥିପାଇଁ  ପାଣିରେ ବୁହାଇ ଦେଉଛନ୍ତି। ଏଆଇ ଫାର୍ମ  ସୁପର ବ୍ରେନ ର ପ୍ରତିଷ୍ଠାତା କହିଛନ୍ତି ଯେ, ଟେକ୍ନୋଲୋଜି ଆମକୁ ଏପରି ଏକ ସୁଯୋଗ ଦେଇଛି  ଆମେ ହରାଇଥିବା ଆମ ପ୍ରିୟଜନଙ୍କ ସହ ନିକଟତର ହୋଇପାରିବା ଆଉ ଅନୁଭବ ବି  କରିପାରିବା। ହଜାର ହାଜାର ପରିବାର ନିଜ ମୃତ ପ୍ରିୟଜନଙ୍କୁ ଡିଜିଟାଲ ମାଧ୍ୟମରେ ପୁନର୍ଜିବିତ କରିବାରେ ସାହାଯ୍ୟ କରୁଛି ଏହି ପଦ୍ଧତି।   ତେବେ ଏହି ଗ୍ରାହକ ମାନଙ୍କ ମଧ୍ୟରେ  ବୟଷ୍କ ପିତାମାତା ଯେଉଁମାନେ କି ନିଜ ସନ୍ତାନକୁ ହରାଇଛନ୍ତି ସୋମାନେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ତାଙ୍କ ମୃତ ସନ୍ତାନଙ୍କ ସହ କଥା ହୋଇ। 

ଅଧିକ ଦେଖନ୍ତୁ : 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ