କାରାଗାରରେ ବିଚାରାଧୀନ କଏଦୀଙ୍କ କଟକ SCBରେ ମୃତ୍ୟୁ
by Argus News
Sat, Mar 23 | 9:40 a.m.

ଅର୍ଗସ ବ୍ୟୁରୋ:  ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା କାରାଗାରର ଜଣେ ବିଚାରାଧୀନ ବନ୍ଦୀଙ୍କର କଟକ SCBରେ ମୃତ୍ୟୁ ଘଟିଛି । ମୃତ ବନ୍ଦୀଙ୍କ ନାଁ ଅଜୟ ଦାସ, ଘର ସଦର ଥାନା କାଠବାରୀ ପଞ୍ଚାୟତ ବୋଧବାହାଳୀ ଗାଁରେ । ସେ ଏକ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ଗତ ୧୧ ମାସ ହେବ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ ।

ଗତକାଲି ଅପରାହ୍ନରେ ସେ ଜେଲ୍ ପରିସରରେ ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ଏକ ପାଇପ୍ ରେ ଗାମୁଛା ସାହାଯ୍ୟରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଉପସ୍ଥିତ ଜେଲ୍ ୱାଡ଼ର୍ ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ SCB ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

କାହା ମୁଣ୍ଡରେ ସୁନାକଳସ
କାହା ମୁଣ୍ଡରେ ସୁନାକଳସ ଢାଳିବେ ବୌଦ୍ଧବାସୀ ?
ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନ
ମାସ ଶେଷରେ
ମାସ ଶେଷରେ ଘୂର୍ଣ୍ଣିବଳୟ! ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ: ମାସ ଶେଷରେ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀ
ପୂର୍ବତନ ଉପରାଷ୍ଟ୍ରପତି
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମତଦାନ ଅଧିକାର ସାବ୍ୟସ୍ତ କଲେ
ଅର୍ଗସ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତେଲେଙ୍ଗାନାର ହାଇଦ୍ରାବାଦରେ ନିଜର ଭୋଟ୍ ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲ, ବୁଥ୍ ନମ୍ବ