ଟିମ୍ ଇଣ୍ଡିଆର ବିଜୟ ପାଇଁ ସୁରେଶ୍ୱରୀ ମନ୍ଦିରରେ ଦୀପ ଦାନ
by Argus News
Sun, Nov 19 | 11:14 a.m.

ସୁବର୍ଣ୍ଣପୁର:  ଆଜି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଏହି ମହାସମରରେ ଭାରତ ତାର ବିଜୟ ଧାରା ବଜାୟ ରଖିଥିବାବେଳେ ଆଜି ଫାଇନାଲରେ ମୁହାଁ ମୁହିଁ ହେବେ ୫ ଥର ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଦଳ ସହିତ । ତେବେ ଟିମ୍ ଭାରତକୁ ବିଜୟୀ କରିବା ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି । ସେହିପରି ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା' ସୁରେଶ୍ଵରୀ ମନ୍ଦିରରେ ଦୀପ ଦାନ କରିଛନ୍ତି । ସୁବର୍ଣ୍ଣପୁରର କ୍ରିକେଟ ପ୍ରେମିମାନେ ଏକତ୍ରିତ ହୋଇ ମାଁ ଙ୍କ ଠାରେ ଦୀପ ଦାନ କରିବା ସହିତ ଇଣ୍ଡିଆ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ତା ସହ ସବୁ କ୍ଷେତ୍ରରେ ଦଳ ସୁଦୃଢ ରହିଥିବାରୁ ବିଜୟ ସୁନିଶ୍ଚିତ ବୋଲି ଆଶାବାଦୀ ଅଛନ୍ତି ।

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ଆଉ କିଛି ସମୟ ପରେ ଟସ୍ ପଡିବ । ତେବେ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ଆଗରେ ଜମିଲାଣି ଭିଡ । କ୍ରିଡାପ୍ରେମୀଙ୍କୁ ନେଇ ମୁମ୍ବାଇରୁ ଅହମ୍ମଦାବାଦ ଯାଇଛି ବନ୍ଦେ ଭାରତ ସ୍ୱତନ୍ତ୍ର ଟ୍ରେନ୍ । ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଦର୍ଶକମାନେ ଟ୍ରେନରେ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ଷ୍ଟାଡିୟମ ବାହାରେ ଫ୍ୟାନ୍ସଙ୍କ ଭିଡ ଜମିଲାଣି । 

ଆଜି ବିଶ୍ଵକପ୍ ଫାଇନାଲ୍, ଭାରତର ବିଜୟ କାମନା କଲେ ଧର୍ମେନ୍ଦ୍ର ପ୍ରଧାନ
 

ମତଦାନ
30m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
40m ago
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର
ଆଗାମୀ ୫ ଦିନ ରାଜ୍ୟରେ
56m ago
ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ : ୨୨ରୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା
ଅର୍ଗସ ବ୍ୟୁରୋ: ରାଜ୍ୟବାସୀ ଗରମରେ ସନ୍ତୁଳି ହେଉଥିବାବେଳେ ପାଣିପାଗ ବିଭାଗ ଜାରି କରିଛି ଆଶ୍ବସ୍ତିକର ଖବର। ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ ତାରିଖର