'ଓଡ଼ିଶାରେ ଅବ କି ବାର ଡବଲ ଇଞ୍ଜିନ ସରକାର'
by Argus News
Thu, Feb 22 | 1:40 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥଛ ସିଂହ । ଖାଲି ବର୍ଷିଲେ ତାହା ନୁହେଁ ବରଂ କେମିତି ରାଜ୍ୟରେ ବି ବିଜେପି ସରକାର ହେବ ସେନେଇ ଦେଲେ ଗୁରୁମନ୍ତ୍ର । ଏମିତିକି ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ନିଶ୍ଚୟ ହେବ ବୋଲି କହିଲେ ରାଜନାଥ । ଆଉ ରାଜନାଥଙ୍କ ଏହି ମନ୍ତବ୍ୟ ପରେ ବିଜେଡି ଶିବିରରେ ପଶିଲାଣି ଛନକା । 

ଲଗାତାର କେନ୍ଦ୍ରରେ ମୋଦିଙ୍କୁ ଆଶୀର୍ବାଦ ଦେଇ ଚାଲିଛନ୍ତି ଭୋଟର । ଆଉ ପ୍ରତିଟି ଲୋକ ପାଖରେ କେନ୍ଦ୍ରର ଯୋଜନା କେମିତି ପହଞ୍ଚିବ ସେନେଇ ବି କାମ କରୁଛନ୍ତି ପ୍ରଧାନମନ୍ତ୍ରୀ । ତେଣୁ ଆଗାମୀ ଦିନରେ ଓଡ଼ିଶାର ଲୋକ ବିଜେପିକୁ ଭୋଟ୍‌ ଦେଲେ ରାଜ୍ୟର ବିକାଶ ଡବଲ ହେବ ବୋଲି କହିଛନ୍ତି ରାଜନାଥ ।  ଖାଲି ଏତିକି ନୁହେଁ ବରଂ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଛନ୍ତି ରାଜନାଥ ।

ଓଡ଼ିଶାରେ ପହଞ୍ଚୁ ପହଞ୍ଚୁ କଂଗ୍ରେସକୁ ଶାଣିତ ଆଟାକ୍‌ କରିଥିଲେ ରାଜନାଥ । କହିଥିଲେ, ପୂର୍ବରୁ ଆତଙ୍କୀକ ଉତ୍ପାତ ଦେଶରେ ବଢିବାରେ ଲାଗିଥିଲା । କିନ୍ତୁ ମୋଦି ସରକାର ଆସିବା ପରେ ଆତଙ୍କୀଙ୍କୁ ଉଚିତ୍‌ ଜବାବ ଦିଆଯାଉଛି । ଖାଲି ସୀମା ଭିତରେ ନୁହେଁ ବରଂ ବାହାରେ ବି ଆତଙ୍କୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମର ହିମତ ଅଛି ବୋଲି କହିଥିଲେ ରାଜନାଥ । 
ଏହାସହ ରାଜନାଥ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜନାଥ ସିଂ ।

ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ
 

ଉଚ୍ଚ ଜୁଆର
17m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
20m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ