ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ
by Argus News
Thu, Feb 22 | 1:30 p.m.

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ସମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ ଆୟୋଜିତ ହୋଇଛି ବିଜୟ ସଂକଳ୍ପ ସମାବେଶ । ଏହାପୂର୍ବରୁ ଆଜି ନବରଙ୍ଗପୁରରେ ଲୋକସଭା ଓ ବିଧାନସଭାସ୍ତରୀୟ ନିର୍ବାଚନୀ ବୈଠକରେ ସାମିଲ୍ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କର୍ମୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଓଡ଼ିଶାରେ ଦରକାର ଡବଲ୍ ଇଞ୍ଜିନ୍ ସରକାର ।  

କଂଗ୍ରେସ ଶାସନ ବେଳେ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲୁ । ଆଜି ଆତଙ୍କବାଦ ସ୍ଥିତି କେଉଁଠି ଅଛି ସମସ୍ତେ ଜାଣିଛନ୍ତି । ଆତଙ୍କବାଦ ବଢ଼ିଥିଲା, ଦେଶ ଅସୁରକ୍ଷିତ ଥିଲା, ଆମର ସଂଗ୍ରାମ ଜାରି ରହିଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି । ବିଜେପି ଏକମାତ୍ର ଦଳ ଯାହା କହେ, ତାହା କରି ଦେଖାଏ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜନାଥ । 

ବିଜେପିର ସ୍ପଷ୍ଟବାଦିତା ଉପରେ ଜୋର ଦେଇଥିଲେ ରାଜନାଥ । ମୋଦିଙ୍କ ବାର୍ତ୍ତା ନେଇ ହିତାଧିକାରୀଙ୍କ ପାଖକୁ ଯାଆନ୍ତୁ । ଦେଶର 2 କୋଟିରୁ ଅଧିକ ଲକ୍ଷପତି ଦିଦି ବନିସାରିଲେଣି । ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଥିବା କହିଥିଲେ ରାଜନାଥ । ନବରଙ୍ଗପୁର, ବ୍ରହ୍ମପୁର ପରେ ଅପରାହ୍ନ 4ଟାରେ ବାରିପଦା ଛଉ ପଡ଼ିଆଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀ ଓ ଜନସଭାରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
 

ଆହୁରି ପଢନ୍ତୁ ଓଡିଶା ଖବର...

ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି