ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ
by Argus News
Sat, Apr 13 | 2:48 p.m.

ଅର୍ଗସ ବ୍ୟୁରୋ: ଆଇପିଏଲ୍‌ ପଦାର୍ପଣରେ ଜ୍ୟାକ୍‌ ‌ଫ୍ରେସର୍ ମ୍ୟାକ‌୍‌ଗର୍କଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜୟ ଧାରା ଭାଙ୍ଗିଛି। ଗୁରୁବାର ୨୨ତମ ଜନ୍ମଦିନ ପାଳନ କରିଥିବା ଏହି ଅଷ୍ଟ୍ରେଲୀୟ ଯୁବ ତାରକା ମାତ୍ର ୩୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦିଲ୍ଲୀକୁ ଷଷ୍ଠ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ଦେଇଛନ୍ତି। 
ଅନ୍ୟପକ୍ଷରେ ଘରୋଇ ପରିବେଶରେ ଲକ୍ଷ୍ନୌ ପରାଜୟ ବରଣ କରିଛି। ଲମ୍ବା ସମୟ ପରେ କେଏଲ୍ ରାହୁଲଙ୍କ ଦଳ ୧୬୦+ ସ୍କୋର୍‌ କରିବା ପରେ ପ୍ରତିପକ୍ଷକୁ ଅଟକାଇବାରେ ବିଫଳ ହୋଇଛି। ଦ୍ବିତୀୟ ଥର ପାଇଁ ଦିଲ୍ଲୀ କ୍ରମାଗତ ପରାଜୟ ପରେ ବିଜୟୀ ହୋଇଛି। ଏଥି ସହିତ ଋଷଭ ପନ୍ତଙ୍କ ଦଳ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନ ପରିତ୍ୟାଗ କରିଛି। 

ଶୁକ୍ରବାର ଟସ୍ ଜିତି ବ୍ୟାଟିଂ କରିଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୬୭ ରନ୍ କରିଥିଲା। ଜବାବରେ ମ୍ୟାକ୍‌ଗର୍କ (୩୫ ବଲ୍‌ରୁ ୫୫ ରନ୍) ଓ ପନ୍ତ୍ (୨୪ ବଲ୍‌ରୁ ୪୧ ରନ୍)ଙ୍କ ମଧ୍ୟରେ ହୋଇଥିବା ୭୭ ରନ୍ ଭାଗୀଦାରି ବଳରେ ଦିଲ୍ଲୀ ୧୧ ବଲ୍ ପୂର୍ବରୁ ୬ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି। ଏହି ପାଳି ଅବସରରେ ପନ୍ତ୍ ମଧ୍ୟ ଆଇପିଏଲ୍‌ରେ ୩୦୦୦ ରନ୍ ପୂରଣ କରିଛନ୍ତି। ୧୯ତମ ଓଭରରେ ବୋଲିଂକୁ ଆସିଥିବା ଅର୍ସଦ ଖାନ୍‌ଙ୍କ ପ୍ରଥମ ବଲ୍‌କୁ ତ୍ରିଷ୍ଟନ୍‌ ଷ୍ଟବ୍ସ ଛକା ମାରି ବିଜୟ ମୁଣ୍ଡି ମାରିଛନ୍ତି। କୁଲଦୀପ ଯାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ