ଗୁଜୁରାଟକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ
by Argus News
Thu, Apr 18 | 7:45 a.m.

ଅର୍ଗସ ବ୍ୟୁରୋ:  ଗୁୁଜୁରାଟକୁ ତାରି ମାଟିରେ ଶୋଚନୀୟ ଭାବେ ହରାଇଲା ଦିଲ୍ଲୀ ।  ଅହମଦାବାଦଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ଗୁଜରାଟ ପକ୍ଷରୁ ରଖାଯାଇଥିବା ୯୦ରନର ଟାର୍ଗେଟକୁ ଦିଲ୍ଲୀ ୮.୫ ତମ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫ୍ରେସର ମାକଗର୍କ ୨୦ ରନ କରିଥିବା ବେଳେ ସାଇ ହୋପ ୧୯ରନ ଓ ଋଷଭ ପନ୍ତ ୧୬ରନ କରିଥିଲେ । ସେହିପରି ଅଭିଷେକ ପୋରେଲ ୧୫ରନ କରିଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଅଧିନାୟକ ଶୁଭମନ ଗିଲ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରିଷ୍ଟେନ ଷ୍ଟବ୍ସ ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର:

DEAD BODY
1m ago
ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନା
RUBEN BANERJEE
4m ago
ପାଣ୍ଡିଆନ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର: ରୁବେନ୍ ବାନାର୍ଜୀ
ଅର୍ଗସ ବ୍ୟୁରୋ: ବିଜୁ ଜନତା ଦଳର ନେତା ଭି. କେ ପାଣ୍ଡିଆନ ନିଜ ଦଳ ବିଜେଡିର ନୁହେଁ ବରଂ ବିଜେପିର ଷ୍ଟାର କ୍ୟାମ୍ପେନର। ଅର୍ଗସକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରକୁ ଏକଥା କହିଛନ୍ତି ବରିଷ୍
ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ