ନୂଆ ସମସ୍ୟାରେ ଛନ୍ଦି ହେଲେ କେଜରିୱାଲ
by Argus News
Wed, Apr 03 | 9:09 p.m.

ଅର୍ଗସ ବ୍ୟୁରୋ : ପୁଣି ବଢିଲା ଆପ୍ ସଂକଟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଦୁର୍ନୀତି ସହ ଜଡ଼ିତ ହୱାଲା ଅପରେଟରଙ୍କ ବୟାନ ରେକର୍ଡ ସହ ସହଯୋଗୀଙ୍କ ସହ ଆପ ନେତା କରିଥିବା ହ୍ବାଟ୍ସଆପ ଚାର୍ଟ ମଧ୍ୟ ରହିଥିବା କୋର୍ଟଙ୍କୁ ଜଣାଇଛି ଇଡି । ଏହାସହିତ ଗିରଫକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା କେଜରିୱାଲ ପୁଣି ନୂଆ ସମସ୍ୟାରେ ଛନ୍ଦି ହୋଇଛନ୍ତି । 

ମାମଲାରେ ସମ୍ପତି ଜବତ କରିବାକୁ ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ଖୁବଶୀଘ୍ର ଏକାଧିକ ସ୍ଥାନରେ ଆପ୍ ସମ୍ପତି ଜବତ ହେବା ସମ୍ଭାବନା ରହିଛି । ମଦ ଦୁର୍ନୀତି ମାମଲାରେ ଆପ ନେତା ପ୍ରମାଣ ଲିଭାଇବାକୁ ପ୍ରୟାସ କରୁଥିବା କୋର୍ଟଙ୍କୁ ଜଣାଇବା ସହ ସମ୍ପତି ଜବତ ପାଇଁ ହାଇକୋର୍ଟଙ୍କ ଅନୁମତି ମାଗିଥିଲେ ଆଡସିନାଲ ସଲିସିଟର ଜେନେରାଲ ଏସ ବି ରାଜୁ । ୨୦୨୧-୨୨ରେ ମଦ ନୀତି ପ୍ରଣୟନରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସଂପୃକ୍ତ ଥିବା ପ୍ରମାଣ ମିଳିଛି । 

ଅଧିକ ପଢନ୍ତୁ ଭାରତ ଖବର

ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କ ବିରୋଧରେ ବହୁ ପ୍ରମାଣ ରହିଥିବାରୁ ଗିରଫକୁ ଚାଲେଞ୍ଜ ଆବେଦନ ଖାରଜ କରିବାକୁ ଦାବି କରିଥିଲେ ଏଏସଜି । ସେପଟେ ଆପ ମନ୍ତ୍ରୀ ଅତିଶୀ ମାରଲେନାଙ୍କୁ ମାନହାନୀ ନୋଟିସ୍‌ ପଠାଇ ଅଡୁଆରେ ପକାଇଛି ବିଜେପି । ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବ ଅତିଶୀଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି। ବିଜେପି ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ