କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ
by Argus News
Tue, Jul 02 | 9:41 p.m.

ଅର୍ଗସ ବ୍ୟୁରୋ: କେଜ୍ରିୱାଲଙ୍କ ଆବେଦନ ଉପରେ ସିବିଆଇକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ । ଆସନ୍ତା 7 ଦିନ ମଧ୍ୟରେ ଜବାବ ରଖିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାପରେ 2 ଦିନ ମଧ୍ୟରେ କେଜ୍ରିୱାଲ ପ୍ରତିଜବାବ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା 17 ଜୁଲାଇରେ ମାମଲାର ଶୁଣାଣି ହେବାକୁ ଯାଉଛି । ଗତକାଲି CBI ଗିରଫଦାରୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା।

ଇଡି ଅଭିଯୋଗରେ ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା। ଏବେ କେଜ୍ରିୱାଲ ସିବିଆଇ ହେପାଜତରେ ଥିବାବେଳେ ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ।

ଅଧିକ ପଢ଼ନ୍ତୁ ଦେଶ ଖବର:

ମରିନ ଡ୍ରାଇଭ ହେଲା
ମରିନ ଡ୍ରାଇଭ ହେଲା ଜନ ସମୁଦ୍ର : ରୋହିତ କହିଲେ ଆମେ ଆସିଗଲୁ
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା । ବିଶ୍ବକପ ଧରି ଭାରତକୁ ଫେରିଲା ଟିମ ଇଣ୍ଡିଆ। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ଦିଲ୍ଲୀ ଆଇଜି ବିମାନବନ୍ଦର । ଭାରତରେ ପହଂଚିବା ପରେ ରୋହି
ବର୍ଷକରେ
ବର୍ଷକରେ Threadsରେ ୧୭୫ ମିଲିୟନ ୟୁଜର୍ସ: ଜୁକରବର୍ଗ ଏବେ ଖୁସି ନିଶ୍ଚିତ
ଅର୍ଗସ ବ୍ୟୁରୋ: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲାଟେଷ୍ଟ ମେସେଜ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ
ଆଉ ଦୁଇ ଦିନ ପରେ
ଆଉ ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା
ଅର୍ଗସ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇ ଦିନବାକି । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଆଜି ଅଣସରର ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତ